ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଲୋକସଭା ବାଚସ୍ପତିଙ୍କ ସହ ବିଧାନସଭା ବାଚସ୍ପତିଙ୍କ ଭିଡିଓ କନଫରେନ୍ସିଂ
- ମଦ ପିଇ କାର୍ଯ୍ୟାଳୟକୁ ଆସିଲେ ଚାକିରିରୁ ହେବେ ବିଦା
- ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଧାନସଭାରେ ସ୍ଵତନ୍ତ୍ର ଡେସ୍କ
- ଶ୍ରମିକଙ୍କ ସୂଚନା ଦେବେ ବିଧାୟକ ଓ ସାଂସଦ
ବିଧାନସଭା ପରିସରରେ ପାନ, ସିଗାରେଟ ଓ ଛେପ ନପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯଦି କୌଣସି କର୍ମଚାରୀ ମଦ ପିଇ ଆସନ୍ତି ତେବେ ତାଙ୍କୁ ଚାକିରିରୁ ମଧ୍ୟ ବିଦା କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନ୍ସିଂ ପରେ ଏନେଇ ସୂଚନା ଦିଆଯାଇଛି। ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ଏକ ଡେସ୍କ ଖୋଲାଯିବ। ନିଜ ଅଞ୍ଚଳରେ ଫସିଥିବା ଶ୍ରମିକଙ୍କ ସୂଚନା ଦେବେ ବିଧାୟକ। ତଥ୍ୟ ମିଳିଲେ ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯିବ।
ଦିଲ୍ଲୀର ରାଷ୍ଟ୍ରପତି ଭବନ ଓ ଲୋକସଭା ସଚିବାଳୟରେ କରୋନା ସଙ୍କଟ ଦେଖାଯିବା ପରେ ଏଭଳଇ ନିଷ୍ପତ୍ତି ନିଆଯାଇଛି। ଲୋକସଭା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମଧ୍ୟରେ କରୋନା ଚିହ୍ନିତ ହୋଇଛି। କର୍ମଚାରୀ ଜଣକ ଗୃହ ସଂରକ୍ଷଣ ବିଭାଗରେ କାମ କରନ୍ତି। ବର୍ତ୍ତମାନ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।