ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ଏହି ତିନି ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍‌ ରହିବ। ଏହି ତିନି ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ସଟ୍‌ଡାଉନ୍‌ ଏକପ୍ରକାର କର୍ଫ୍ୟୁ ଭଳି ଲାଗୁ ହେବ। ସମସ୍ତ ଦୋକାନ, ବଜାର ବନ୍ଦ ରହିବ। କେବଳ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ବନ୍ଦ ରହିବ। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏହି ତିନି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ସଟ୍‌ଡାଉନ୍‌ ବେଳେ ଏହି ତିନି ଜିଲ୍ଲାରେ ସର୍ଭେ କରାଯାଇ ନମୁନା ପରୀକ୍ଷା କରାଯିବ। କଣ୍ଟାକ୍ଟ ଟ୍ରେସିଂ ବ୍ୟାପକ କରାଯିବ। ଏହି ସମୟରେ ଘରୁ କେହି ବାହାରକୁ ବାହାରି ପାରିବେ ନାହିଁ। ଗତ ୫ ଦିନ ଭିତରେ ଏହି ତିନି ଜିଲ୍ଲାରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ତିନି ଜିଲ୍ଲାରେ ସ୍ଥିତି ସମୀକ୍ଷା କରିବା ପାଇଁ ତିନି ଆଇଏଏସ୍‌ ଅଫିସରକୁ ରାଜ୍ୟ ସରକାର ଦାୟିତ୍ୱ ଦେଇଥିଲେ। ୨୭ଟି ସ୍ପେଶାଲ ପ୍ଲାଟୁନ୍‌କୁ ଏହି ଜିଲ୍ଲାମାନଙ୍କୁ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଟିମ୍‌ ଯିବେ। ଦରକାର ପଡ଼ିଲେ ସୀମା ସିଲ୍‌ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Comment