ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟ ସହ ବିଶ୍ୱ ଓ ଦେଶର କରୋନା ଅପଡେଟ୍ ସମ୍ପର୍କରେ ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା ସ୍ଥିତି

  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୪କୁ ବୃଦ୍ଧି।
  • ଭଦ୍ରକରେ ଚିହ୍ନଟ ହେଲେ ଆଉ ୪ ନୂଆ ପଜିଟିଭ୍।
  • ତିହିଡ଼ି ଓ ଧାମନଗର ଅଞ୍ଚଳରୁ ନୂଆ ପଜିଟିଭ୍ କେସ୍ ଚିହ୍ନଟ।
  • ସମସ୍ତେ ନିକଟରେ ପଶ୍ଚିମବଙ୍ଗରୁ ଆସିଥିଲେ।
  • ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୮,୪୫୮ ନମୁନା ପରୀକ୍ଷା ହୋଇଛି।
  • ୯୪ ଆକ୍ରାନ୍ତ ହୋଇଥିବାବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି।
  • ବର୍ତ୍ତମାନ ରାଜ୍ୟରେ ୬୦ ଜଣ ସକ୍ରିୟ ଆକ୍ରାନ୍ତ।

ବିଶ୍ୱ ଓ ଦେଶରେ କରୋନା

  • ଦେଶରେ ବର୍ତ୍ତମାନ ସୁଦ୍ଧା ୫,୪୧,୭୮୯ ନମୁନା ପରୀକ୍ଷା ହୋଇଛି।
  • ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ ହଜାର ୭୭ ଜଣ କରୋନା ପଜିଟିଭ୍।
  • ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୪୭୪୮ ଜଣ।
  • ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି।
  • ଦେଶରେ ବର୍ତ୍ତମାନ ୧୭,୬୧୦ ସକ୍ରିୟ ଆକ୍ରାନ୍ତ।
  • ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ମୋଟ ୨୭,୩୪,୧୦୨ ଜଣ ଲୋକ କରୋନା ପଜିଟିଭ୍।
  • ମୋଟ ୧,୯୧,୦୮୯ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।

କରୋନାର ଜରୁରୀ ସୂଚନା

  • କଳାହାଣ୍ଡି ଜିଲ୍ଲାରେ ୨୦୦ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ।
  • ରାଜ୍ୟରେ ୩୩ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ।
  • ଲକଡାଉନ୍ ସରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯିବ।
  • ବର୍ତ୍ତମାନ ସୁଦ୍ଧା ଲକଡାଉନ୍ ଓ କରୋନାକୁ ନେଇ ରାଜ୍ୟରେ ୬ଶହଟି ମାମଲା ରୁଜୁ।
  • ରାଜ୍ୟର ୧୦ ପ୍ରତିଶତ ଲୋକ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି।

Comment