ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ପାଇଁ ଦେବଦୂତ ସାଜିଲେ ବାଇକର୍ସ। ବେଙ୍ଗାଳୁରୁରୁ କେରଳର କୁନୁରକୁ ବାଇକରେ ଯାଇ ପହଞ୍ଚାଇଲେ ଔଷଧ। ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ଏଭଳି ସେବା କରିବାର ମନବୃତ୍ତି ଯୋଗୁଁ ବାଇକରେ ୭୦୦ କିଲୋମିଟର ଅତିକ୍ରମ କରିଥିଲେ ଏହି ବାଇକର୍ସ।

କୁନୁର ପରି ଏକ ଛୋଟ ସହରରେ କ୍ୟାନସର ମେଡିସିନ ନମିଳିବାରୁ ତାଙ୍କ ବୋହୂ ବେଙ୍ଗାଳୁରୁରୁ ତାଙ୍କ ପାଇଁ ମେଡିସିନ୍ ପଠାଇବାକୁ ଚେଷ୍ଟା କରିଥିଲେ। ହେଲେ ଲକ୍ଡାଉନ୍ ଯୋଗୁଁ ଏହା ସମ୍ଭବ ହୋଇନଥିଲା। ଏହାପରେ ସେ ୩ ଜଣ ବାଇକର୍ସଙ୍କ ସହ ଯୋଗାଯୋଗ କରିଥିଲେ।
ଏହି ବାଇକର୍ସମାନେ ବେଙ୍ଗାଳୁରୁ ପୋଲିସ ଦ୍ଵାରା ଆରମ୍ଭ ହୋଇଥିବା ‘ରାଇଟ ଟୁ ସେଭ୍ ଲାଇଫ’ ଅଭିଯାନ ସହ ଜଡ଼ିତ। ଦୁର୍ଗମ ତଥା ଗ୍ରାମାଞ୍ଚଳରେ ଗୁରୁତର ରୋଗୀଙ୍କୁ ଔଷଧ ଯୋଗାଇବା ଏହି ଅଭିଯାନର ଲକ୍ଷ୍ୟ।

ଏହି ବାଇକର୍ସମାନଙ୍କ ନାଁ ହେଲା ୟାତିଶ, ବାବୁ ଓ ମୋହନ। ଏହି କାମ ଏମାନଙ୍କ ପାଇଁ ନୂଆ ନୁହେଁ। କେରଳକୁ ଯାଇ ସେଠାରେ କୋରଳ ପୋଲିସକୁ ଔଷଧ ଦେଇ ପୁଣି ଏମାନେ ବେଙ୍ଗାଳୁରୁ ଫେରିଥିଲେ। ଏହା ଥିଲା ୭୦୦ କିଲୋମିଟରର ଯାତ୍ରା।

















