ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏମସରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତ ଜଣକ ଏବେ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ତେବେ ସେ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ ହୋଇନାହାନ୍ତି। ସେ ଅନ୍ୟ କେତେକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେ କରୋନା କବଳରୁ ସୁସ୍ଥ ହୋଇଯାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଥିସହିତ ଖୋର୍ଦ୍ଧା ଜିଲ୍ଲାର ୪୬ ଆକ୍ରାନ୍ତ ମଧ୍ୟରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟର ଏବେ ୬୭ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ରବିବାର ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଆଉ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

Comment