ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମୁଦ୍ର ପଥ ଦେଇ ଡଙ୍ଗାରେ ଶ୍ରମିକ ଫେରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଚେନ୍ନାଇରୁ ସମୁଦ୍ରପଥ ଦେଇ କିଛି ଶ୍ରମିକ ଗଞ୍ଜାମକୁ ଫେରିଥିଲେ। ବର୍ତ୍ତମାନ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ ପ୍ରଶାସନ।

ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସବୁଆଡ଼େ ନିୟମ କଡ଼ାକଡ଼ି କରାଯାଇଛି। ହେଲେ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଜଳପଥ ଦେଇ ରାଜ୍ୟରେ ପ୍ରବେଶ କରୁଛନ୍ତି। ବର୍ତ୍ତମାନ ଏହି ଘଟଣା ସରକାରଙ୍କ ଚିନ୍ତାର କାରଣ ପାଲଟିଛି।

ପ୍ରଥମେ ୨/୩ ଦିନ ତଳେ ୧୫ ଜଣ ଯୁବକ ଏକ ବୋଟ୍‌ରେ ପାତିସୁନାପୁର ଗାଁରେ ପହଞ୍ଚିବା ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ପୋଲିସ ହାତରେ ଧରାଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା।

ସେହିପରି ଶନିବାର ଚେନ୍ନାଇରେ ଫସିଥିବା ଗଞ୍ଜାମର ୩୮ ଜଣ ଯୁବକ ଏକ ବୋଟ୍‌ରେ ଗଞ୍ଜାମ ପହଞ୍ଚିଥିଲେ। ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ନମୁନା ପରୀକ୍ଷା ପାଇଁ ମଧ୍ୟ ପଠାଯାଇଛି।

LEAVE A REPLY

Please enter your comment!
Please enter your name here