ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତାଙ୍କ ଘର ଭୁବନେଶ୍ୱରରେ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ୨୬ ଜଣ ସୁସ୍ଥ ହେଲେଣି।

ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେ ଇଟାଲିରୁ ଭୁବନେଶ୍ୱର ଆସିଥିଲେ। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ରଖାଯାଇଥିଲା। ଏହାପରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଜଣକ ପରେ ଜଣେ ରୋଗୀ ଚିହ୍ନଟ ହୋଇଥିଲେ।

ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର, ସହିଦନଗର, ସୁନ୍ଦରପଦା ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଥିଲା। ଫଳରେ ହଟସ୍ପଟ ଜୋନ୍‌ ଭିତରେ ଭୁବନେଶ୍ୱର ରହିଥିଲା।

Comment