ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ରାମାନନ୍ଦ ସାଗରଙ୍କ ରାମୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକାଙ୍କର ଆଜି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା।
ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଦୀପିକା ଚିଖାଲିଆ ଦର୍ଶକଙ୍କ ମନରେ ଘର ତିଆରି କରିଥିଲେ। ସେ ଯେଉଁ ସ୍ଥାନକୁ ଯାଉଥିଲେ ଲୋକମାନେ ତାଙ୍କୁ ଦେବୀଙ୍କ ପରି ସମ୍ମାନ ଦେବା ଆରମ୍ଭ କରିଥିଲେ| 
- ଦୀପିକା ୧୯୬୫, ଏପ୍ରିଲ ୨୯ରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ।
- ଫିଲ୍ମ ‘ଚିଖ୍’ରୁ ସେ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ବିଭିନ୍ନ ସିରିଏଲରେ ସେ କାମ କରିଥିଲେ।
- ଦୀପିକା ଟିଭି ସହିତ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
- ଦୀପିକା ୧୯୮୩ ମସିହାରେ ଫିଲ୍ମ ‘ସୁନ୍ ମେରୀ ଲୖଲା ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ଭଗବାନ୍ ଦାଦା’ (୧୯୮୬), ‘ଆଶା ଓ ଭାଲୋବାଶା’ (ବଙ୍ଗଳା, ୧୯୮୯), ‘ଖୁଦାଇ’ (୧୯୯୪) ଭଳି ଫିଲ୍ମରେ ଅଭିନୟ କରିଥିଲେ।
- ଦୀପିକା ହେମନ୍ତ ଟୋପିୱାଲାଙ୍କୁ ବିବାହ କରିଥିଲେ। ହେମନ୍ତ ହେଉଛନ୍ତି ଏକ କସମେଟିକ୍ କମ୍ପାନିର ମାଲିକ। ଦୀପିକା ଏବଂ ହେମନ୍ତଙ୍କର ଦୁଇଟି ଝିଅ ଅଛନ୍ତି ନିଧି ଟୋପିୱାଲା ଏବଂ ଜୁହି ଟୋପିୱାଲା।

- ଦୀପିକା ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ କମ୍ପାନିର ମାର୍କେଟିଂ ଟିମ୍ ମୁଖ୍ୟ ଅଛନ୍ତି। ନିକଟରେ ଫିଲ୍ମ ‘ବାଲା’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ମା’ ଭୂମିକାରେ ଅଭିନୟ କରିଥିଲେ।।
- ଭାରତୀୟ ଜନତା ପାର୍ଟିରେ ଦୀପିକା ସାମିଲ ହୋଇଥିଲେ। ଏହି ଦଳରୁ ସେ ୧୯୯୧ରେ ଗୁଜୁରାଟର ଭଦୋଦରାରୁ ସାଂସଦ ହୋଇଥିଲେ।


















