ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନୂଆ ତାଲିକା ଜାରି କରିଛି। ଦେଶର ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି। ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନ୍ରେ ରହିଛି ଜାଣନ୍ତୁ ଏହି ରିପୋର୍ଟରୁ।
ରେଡ୍ ଜୋନ୍
ରେଡ୍ ଜୋନ୍ରେ ଓଡ଼ିଶାର ୩ଟି ଜିଲ୍ଲା ସ୍ଥାନ ପାଇଛି। ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ରେଡ୍ ଜୋନ୍ରେ ରହିଛି। ବାଲେଶ୍ୱରରେ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୧୯ ଏବଂ ଯାଜପୁରରେ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅରେଞ୍ଜ ଜୋନ୍
ଏହି ଜୋନ୍ରେ ରହିଛି ଓଡ଼ିଶାର ୬ ଜିଲ୍ଲା। ଖୋର୍ଦ୍ଧା, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ ଏବଂ କୋରାପୁଟ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ୍ରେ ରହିଥିଲା। ହେଲେ ଗତ ୧୫ ଦିନ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ରେ ସ୍ଥାନ ପାଇଛି। ସୁନ୍ଦରଗଡ଼ରେ ୧୦, କଳାହାଣ୍ଡିରେ ୨, ଢେଙ୍କାନାଳ ଏବଂ କୋରାପୁଟରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗ୍ରୀନ ଜୋନ
ଏହି ଜୋନରେ ଓଡ଼ିଶାର ୨୧ ଜିଲ୍ଲା ସ୍ଥାନ ପାଇଛି। ସେଥିରେ ଅଛି କଟକ, ପୁରୀ, ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ଝାରସୁଗୁଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼ ଏବଂ ରାୟଗଡ଼ା।
କଟକ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ଆଉ ସେଠାରୁ ନୂଆ କେସ୍ ବାହାରିନି। ସେହିପରି ଦେବଗଡ଼, ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


















