ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ୠଷି କପୁର ଏବେ ଅମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କ ଜୀବନରେ ସେ କରିଥିବା କିଛି ଫିଲ୍ମ ପାଇଁ ସେ ସବୁବେଳେ ଲୋକଙ୍କ ମନରେ ଜୀବନ୍ତ ରହିବେ।
ୠଷି କପୁର ଜଣେ ଅଭିନେତା ଭାବେ ତାଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ଦେଇ ଗତି କରିଥିଲେ। ଗୋଟିଏ ସମୟ ଥିଲା କ୍ରମାଗତ ଭାବେ ତାଙ୍କ ଫିଲ୍ମ ଫ୍ଲପ୍ ହୋଇଥିଲା। ତଥାପି ୠଷି ହାର୍ ମାନିନଥିଲେ। କଠିନ ପରିଶ୍ରମ କରି ସେ ପୁଣି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଫିଲ୍ମ ଅଗ୍ନିପଥରେ ଦମଦାର ଅଭିନୟ କରି ସେ ପୁଣି ସିନେ ଜଗତରେ ରାଜ କରିଥିଲେ।
୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ଅଗ୍ନିପଥରେ ୠଷି ନେଗେଟିଭ୍ ରୋଲ୍ କରିଥିଲେ। ଏହି ଫିଲ୍ମରୁ ସେ ପ୍ରମାଣିତ କରି ଦେଇଥିଲେ ଯେ ସେ କେବଳ ରୋମାଣ୍ଟକ୍ ଫିଲ୍ମ ନୁହେଁ ନେଗେଟିଭ୍ ରୋଲ୍ ବି କରିପାରନ୍ତି। ଅଭିନୟ କ୍ୟାରିୟରରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ଫିଲ୍ମ ବେଶ୍ ସହାୟକ ହୋଇଥିଲା। ଯାହା ତାଙ୍କୁ ଏକ ନୂଆ ମୋଡ଼ ଦେଇଥିଲା।
ଏହି ଫିଲ୍ମରେ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିପରୀତରେ ନାୟିକା ସାଜିଥିଲେ ପ୍ରିୟଙ୍କା ଚୋପ୍ରା। ତେବେ ଏହି ଫିଲ୍ମ କେବଳ ୠଷିଙ୍କ ପାଇଁ ନୁହେଁ ହ୍ରିତିକଙ୍କ ପାଇଁ ବି ବରଦାନ ଥିଲା। ଏହି ଫିଲ୍ମ ହ୍ରିତିକଙ୍କ କ୍ୟାରିୟରକୁ ଟ୍ରାକକୁ ଆଣିଥିଲା।


















