ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ କେରଳରେ ଫସି ରହିଥିବା ଓଡ଼ିଆ ଓଡ଼ିଶାକୁ ଫେରିବେ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୨୦୦ ଓଡ଼ିଆଙ୍କୁ ଧରି ଏହି ଟ୍ରେନ୍ ଆଜି ସନ୍ଧ୍ୟା ୬ଟାରେ ଏର୍ଣ୍ଣାକୁଲମ୍‌ ଜିଲାର ଆଲୁଭା ଷ୍ଟେସନରୁ ବାହାରିବ। ଭୁବନେଶ୍ୱର ଷ୍ଟ୍ରେସନରେ ଟ୍ରେନ ଲାଗିବ।

କେରଳର ବିଭିନ୍ନ ସ୍ଥାନରେ ଓଡ଼ିଆ ଫସି ରହିଥିଲେ। ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର କେରଳ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ। ସେମାନେ କେମିତି ସୁରକ୍ଷିତରେ ଓଡ଼ିଶାରେ ପହଞ୍ଚିବେ ସେନେଇ ଆଲୋଚନା ହୋଇଥିଲା।

ଏବେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ଓଡ଼ିଶାକୁ ଫେରୁଛନ୍ତି। ସୁରତରୁ ସ୍ୱତନ୍ତ୍ର ବସ୍‌ରେ ଲୋକେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆସୁଛନ୍ତି। ଗତକାଲି ଗଞ୍ଜାମ ଜିଲ୍ଲାରେ ୪ଟି ବସ୍‌ରେ ଲୋକେ ପହଞ୍ଚିଥିବା ବେଳେ ଭଦ୍ରକ ଏବଂ କଟକ ଅଭିମୁଖେ ସୁରତରୁ ବସ୍‌ ବାହାରିଛି।

ଏପଟେ ତେଲେଙ୍ଗାନାରୁ ଏକ ସ୍ଵତନ୍ତ୍ର ଟ୍ରେନ ଝାଡ଼ଖଣ୍ଡ ଅଭିମୁଖେ ଯାଇଛି। ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକମାନଙ୍କୁ ଏଥିରେ ନିଆଯାଇଛି।

Comment