ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ମୃତ୍ୟୁବରଣ କରିଥିବା ବଲିଉଡ ଅଭିନେତା ଇରଫାନ ଖାନଙ୍କୁ ନେଇ ଶୋକ ଚାଲିଥିବା ସତ୍ତ୍ୱେ ତାଙ୍କ ସମ୍ପତ୍ତିକୁ ନେଇ କିଛି ତଥ୍ୟ ଲୋକଲୋଚନକୁ ଆସିଛି। ଦୀର୍ଘ ସମୟ ଧରି ଇରଫାନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। କ୍ୟାରିୟର ଆରମ୍ଭରେ ଯଦିଓ ସେ ବହୁତ ସଂଘର୍ଷ କରିଥିଲେ କିନ୍ତୁ ଧୀରେ ଧୀରେ ସେ ଲୋକଙ୍କ ହୃଦୟରେ ବସା ବାନ୍ଧି ନେଇଥିଲେ। ଥିଏଟର, ଟିଭି ସିରିୟଲ, ବିଜ୍ଞାପନ ଓ ସିନେମାରେ ସେ ବେଶ ଆସ୍ଥାନ ଜମାଇ ପାରିଥିଲେ। କ୍ରମଶଃ ସେ ବହୁତ ଅର୍ଥ ରୋଜଗାର କରିବା ଆରମ୍ଭ କଲେ। ଏବେ ଏହି ସମ୍ପତ୍ତିର ମାଲିକ ହେଉଛନ୍ତି ତାଙ୍କ ପତ୍ନୀ ସୁତପା ସିକଦର ଓ ଦୁଇ ପୁଅ ବାବୀଲ ଆଉ ଆୟନ।

ରିପୋର୍ଟ ଅନୁସାରେ ଇରଫାନ ୩୨୧ କୋଟି ଟଙ୍କାର ମାଲିକ ଥିଲେ। ଆକ୍ଟିଂ ଫି ବ୍ୟତୀତ ସେ ନିଜ ଫିଲ୍ମର ଲାଭାଂଶ ବି ନେଉଥିଲେ। ତାଙ୍କର ମୁମ୍ବାଇରେ ନିଜର ରହିବା ଘର ଥିବା ବେଳେ ଜୁହୁରେ ବି ଗୋଟିଏ ଫ୍ଲାଟ ଥିଲା। ଗୋଟିଏ ଫିଲ୍ମ ପାଇଁ ସେ ପ୍ରାୟ ୧୫ କୋଟି ଟଙ୍କା ନେଉଥିଲେ। ତା ଛଡ଼ା ପ୍ରତି ବିଜ୍ଞାପନ ପାଇଁ ସେ ୪/୫ କୋଟି ଟଙ୍କା ନେଉଥିଲେ।

ଖବର ଅନୁସାରେ ଇରଫାନ ୧୧୦ କୋଟି ଟଙ୍କାର ଇନଭେସ୍ଟମେଣ୍ଟ କରିଥିଲେ। ଲକଜୁରୀ କାରର ସୌକିନ ଥିବା ଇରଫାନଙ୍କର ଟୋୟୋଟା ସେଲିକା, ବିଏମଡବ୍ଲୁ, ମେସେରଟି  କ୍ୱାଟ୍ରପୋର୍ଟ ଏବଂ ଗୋଟିଏ ଅଡ଼ି କାର ଥିଲା। ଇରଫାନ ବିଲିଉଡର ସବୁଠାରୁ ଅଧିକ ଟ୍ୟାକ୍ସ ଦାତା ଥିଲେ। ଉଲ୍ଲେଖଯୋଗ୍ୟ ଯେ କୋଲନ ଇନଫେକ୍ସନ ଯୋଗୁଁ ମାତ୍ର ୫୪ବର୍ଷ ବୟସରେ ଇରଫାନଙ୍କର ଦେହାନ୍ତ ହୋଇଥିଲା।

Comment