ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବହୁତ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ କଳାକୁ ପ୍ରମାଣିତ କରିଛନ୍ତି। ସବୁ ଚରିତ୍ରରେ ବି ଦର୍ଶକ ସେମାନଙ୍କୁ ଭଲ ପାଇବା ଦେଇଛନ୍ତି। ଏହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ଅରୁଣା ଇରାନୀ।

ଅରୁଣା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ ମା, ଭଉଣୀ, ନେଗେଟିଭ୍‌ ରୋଲ୍‌ ଭଳି ସବୁ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି। ଅରୁଣା ୧୯୬୧ ମସିହାରେ ଫିଲ୍ମ ‘ଗଙ୍ଗା ଯମୁନା’ରେ ଶିଶୁ କଳାକାର ଭାବରେ ଦିଲୀପ କୁମାରଙ୍କ ସହ ଅଭିନୟ କରି ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ।  ସେତେବେଳକୁ ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଂଶସା ମିଳିଥିଲା।  ଏହାପରେ ଅନେକଗୁଡ଼ିଏ ଫିଲ୍ମରେ ଅରୁଣା ଅଭିନୟ କରିବାର ସୁଯୋଗ ପାଇଥିଲେ।

ଏକ ସାକ୍ଷାତକାରରେ ଅରୁଣା କହିଥିଲେ ଯେ ୧୯୯୨ରେ ଫିଲ୍ମ ‘ବେଟା’ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଫିଲ୍ମ ଥିଲା। ଏହି ଫିଲ୍ମରେ ଅରୁଣା ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ଅରୁଣା ପରୁସ୍କୃତ ବି ହୋଇଥିଲେ।

ଅରୁଣା ୧୯୮୪ରେ ‘ପେଟ’, ପ୍ୟାର୍ ଅର ପାପ୍’ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହା ସହିତ ୨୦୧୨ରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା।

Comment