ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ କଟକଣା ଆଧାରରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ଜାଣନ୍ତୁ ଏହି ରିପୋର୍ଟରୁ।
ରେଡ୍ ଜୋନ୍
- ମଲ୍, ମାର୍କେଟ କମ୍ପ୍ଲେକ୍ସ ଓ ବଜାର ବନ୍ଦ ରହିବ।
- ସାଇକେଲ, ରିକ୍ସା ଓ ଅଟୋରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।
- କିଛି କଟକଣା ସହିତ ଚାଲିବ ଟାକ୍ସି ଓ କ୍ୟାବ୍।
- ଘରୋଇ କାର୍ରେ ଡ୍ରାଇଭରଙ୍କ ସହ ଯାଇପାରିବେ ୨ ଜଣ ଯାତ୍ରୀ।
- ଦୁଇ ଚକିଆ ଗାଡ଼ି ପଛରେ କେହି ବସି ପାରିବେ ନାହିଁ।
- ଓଲା, ଉବେରରେ କେବଳ ରୋଗୀ ଯାଇପାରିବେ।
- ଜିଲ୍ଲା ଭିତରେ ଓ ବାହାରେ ବସ୍ ଚଳାଚଳ ବନ୍ଦ ରହିବ।
- ସେଲୁନ୍, ସ୍ପା ବନ୍ଦ ରହିବ।
- ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି।
- ସହରାଞ୍ଚଳରେ ସ୍ଥାନୀୟ ଶ୍ରମିକଙ୍କୁ ନେଇ ନିର୍ମାଣ କାମ ହୋଇପାରିବ।
- ଗ୍ରାମାଞ୍ଚଳରେ ଶିଳ୍ପ ସମ୍ପର୍କିତ କାମ ଚାଲିବ।
- ଗ୍ରାମାଞ୍ଚଳରେ ମଧ୍ୟ ନିର୍ମାଣ କାମ ଚାଲିବ।
- ମାର୍କେଟ ଓ ମାର୍କେଟ କମ୍ପ୍ଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ।
- ସହରାଞ୍ଚଳରେ ଜନବସତି ଅଞ୍ଚଳରେ ଗୋଟିକିଆ ଓ ଧାଡ଼ିକିଆ ଦୋକାନ ଖୋଲିବ।
- ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି।
- ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନରେ କାମ ହେବ।
- ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ।
- ସିନେମା ହଲ, ଜିମ୍, ସ୍ପେର୍ଟସ୍ କମ୍ପ୍ଲେକ୍ସ ଖୋଲିବନି।
- ସୁଇମିଂ ପୁଲ୍, ପାର୍କ, ଥିଏଟର, ବାର, ଅଡିଟୋରିୟମ ବନ୍ଦ ରହିବ।
- ଧାର୍ମିକ ସମାବେଶ ମନା।
ଅରେଞ୍ଜ ଓ ଗ୍ରୀନ ଜୋନ୍
- ବସ୍ ଚଳାଚଳ ବନ୍ଦ ରହିବ।
- ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ।
- ସିନେମା ହଲ, ଜିମ୍, ସ୍ପେର୍ଟସ୍ କମ୍ପ୍ଲେକ୍ସ ଖୋଲିବନି।
- ସୁଇମିଂ ପୁଲ୍, ପାର୍କ, ଥିଏଟର, ବାର, ଅଡିଟୋରିୟମ ବନ୍ଦ ରହିବ।
- ଧାର୍ମିକ ସମାବେଶ ମନା।
- ଆନ୍ତଃରାଜ୍ୟ ମାଲବାହୀ ଗାଡ଼ି ଚଳାଚଳ କରିବ।
- ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେବଳ ବିଶେଷ କାମ ଥିଲେ ଯାଇପାରିବେ।
ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଓଡ଼ିଶାର ତିନି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ରେଡ୍ ଜୋନ୍ରେ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଏହି ଜୋନ୍ରେ ରହିଛି। ଅରେଞ୍ଜ ଜୋନ୍ରେ ୧୧ ଏବଂ ଗ୍ରୀନ ଜୋନରେ ୧୬ ଜିଲ୍ଲା ରହିଛି।


















