ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁବାଇରେ ଚାଲିଗଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଦୁଇ ଓଡ଼ିଆ ଶ୍ରମିକଙ୍କ ଜୀବନ। ଜଣେ କରୋନାରେ, ଆଉ ଜଣେ ହାର୍ଟ ଆଟାକ୍‌ରେ।

ଦୁବାଇରେ ଦୁଇ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଛି। ଜଣେ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ହାର୍ଟ ଆଟାକ୍‌ରେ ପ୍ରାଣ ହରାଇଛନ୍ତି। ହେଲେ ଦୁଇ ଜଣଙ୍କ ମୃତଦେହ ଓଡ଼ିଶା ଆସିପାରିବ ନାହିଁ। ସେମାନଙ୍କ ଅନ୍ତିମ ସଂସ୍କାର ଦୁବାଇରେ କରାଯିବ ବୋଲି ଦୁବାଇ ଓଡ଼ିଆ ସଙ୍ଗଠନ ପକ୍ଷରୁ ଓଡ଼ିଶାଲାଇଭ୍‌କୁ ସୂଚନା ଦିଆଯାଇଛି।

ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ମୃତକଙ୍କ ନାଁ ବାବାଜି ଚରଣ ସେଠୀ। କରୋନାରେ ମୃତ୍ୟୁ ହୋଇଥିବାରୁ ତାଙ୍କ ମୃତଦେହ ଓଡ଼ିଶା ଆସିପାରିବ ନାହିଁ। ତାଙ୍କର ଅନ୍ତିମ ସଂସ୍କାର ଦୁବାଇରେ ହେବ ବୋଲି ଦୁବାଇ ଓଡ଼ିଆ ସଙ୍ଗଠନ ପକ୍ଷରୁ ଓଡ଼ିଶାଲାଇଭ୍‌କୁ ସୂଚନା ଦିଆଯାଇଛି।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ୧୦ ନମ୍ବର ୱାର୍ଡର ବାବୁଲି ସେଠୀଙ୍କ ପୁଅ ବାବାଜୀ ଚରଣ ସେଠୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମାଳିପୁର ଗାଁର ଶ୍ରୀଧର ମଳିକଙ୍କ ପୁଅ ନିରଞ୍ଜନଙ୍କର ହୃଦରୋଗରେ ମୃତ୍ୟୁ ଘଟିଛି। ବର୍ତ୍ତମାନ କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ଥିବାରୁ ଉଭୟଙ୍କ ମୃତଦେହ ନିଜ ଗାଁ ମାଟିକୁ ଆସିପାରିବ ନାହିଁ।

ଗତ ୧ ତାରିଖରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଯେହେତୁ ଓଡ଼ିଶାର ଦୁଇ ଜଣ ଶ୍ରମିକଙ୍କର ଦୁବାଇରେ ମୃତ୍ୟୁ ଘଟିଥିଲା ସେମାନଙ୍କୁ ହସ୍ପିଟାଲରେ ରଖାଯାଇଥିଲା। ଦୁବାଇ ଓଡ଼ିଆ ସଙ୍ଗଠନ ଏନେଇ ଭାରତୀୟ ଦୂତାବାସର ସହାୟତା ଲୋଡ଼ିଥିଲା। ଭାରତୀୟ ଦୂତାବାସର ସହଯୋଗରେ ଦୁଇ ମୃତକଙ୍କର ହସ୍ପିଟାଲରେ କାଗଜପତ୍ର କାମ ଚାଲିଛି। ପରେ ଦୁବାଇ ଓଡ଼ିଆ ସଙ୍ଗଠନକୁ ଉଭୟଙ୍କ ମୃତଦେହ ହସ୍ତାନ୍ତର କରାଯିବ।

ଦୁବାଇରେ ଦୁଇ ଓଡ଼ିଆ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଦୁବିଶ ଓଡ଼ିଆ ସଙ୍ଗଠନ ଏନେଇ ସେମାନଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ କରିଥିଲା। ସେମାନଙ୍କ ପରିବାର ସହ ଯେଗାଯୋଗ କରାଯାଇଥିଲା। ପରିବାରବର୍ଗ ସେମାନଙ୍କ ବିଷୟରେ ଦୁବାଇ ଓଡ଼ିଆ ସଙ୍ଗଠନକୁ ବିସ୍ତୃତ ତଥ୍ୟ ଦେଇଥିଲେ।

କରୋନା ସଙ୍କଟ ବେଳେ ଉଭୟଙ୍କ ମୃତଦେହ ଓଡ଼ିଶା ନେବା ସମ୍ଭବ ନଥିବାରୁ ଦୁବାଇରେ ଅନ୍ତିମ ସଂସ୍କାର କରିବା ଲାଗି ଉଭୟଙ୍କ ପରିବାର ଅନୁମତି ଦେଇଥିବା ଦୁବାଇ ଓଡ଼ିଆ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ପଟ୍ଟାମୁଣ୍ଡାଇ ବ୍ଲକର ମାଳିପୁର ଗାଁର ଶ୍ରୀଧର ମଳିକଙ୍କ ପୁଅ ନିରଞ୍ଜନ ଦୁବାଇର ଶୋଭା ସଫାୟାର ନାମକ ଏକ କମ୍ପାନିରେ ମାଳି କାମରେ ନିୟୋଜିତ ଥିଲେ। ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ ବିଭାଗ ପାଖରେ ଖବର ପହଞ୍ଚିଥିଲା।

ସେହିପରି ଦୁବାଇରେ ଗୁନାଲ କନଷ୍ଟ୍ରକସନ ଆଣ୍ଡ ଟ୍ରେଡିଂ ଇଣ୍ଡଷ୍ଟ୍ରିଜରେ ପଟ୍ଟାମୁଣ୍ଡାଇ ସହରର ୧୦ ନମ୍ବର ୱାର୍ଡର ବାବୁଲି ସେଠୀଙ୍କ ପୁଅ ବାବାଜୀ ସେଠୀ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ହେଲେ ନିରଞ୍ଜନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲା। ତାଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଥିବା ଦୁବାଇ ଓଡ଼ିଆ ସଙ୍ଗଠନ ପକ୍ଷରୁ ଓଡ଼ିଶାଲାଇଭ୍‌କୁ ସୂଚନା ଦିଆଯାଇଛି।

ରୋଜଗାରିଆ ପୁଅ ବାବାଜୀ ଏବଂ ନିରଞ୍ଜନଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଉଭୟଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡୁଛି।

Comment