ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୬ ହଜାର ୭୯୮ ପଞ୍ଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା
  • ୧୧ ହଜାର ୩୨୧ କ୍ୟାମ୍ପରେ ୫ ଲକ୍ଷ ବେଡ୍‌
  • ମହିଳା ଓ ପିଲାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌

ବାହାର ରାଜ୍ୟରୁ ବର୍ତ୍ତମାନସୁଦ୍ଧା ୩୫ ହଜାର ୫୪୦ ଓଡ଼ିଆ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେମାନଙ୍କୁ ପଞ୍ଚାୟତ ସ୍ତରରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଏହାସହ ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ପ୍ରତି ସମବେଦନା ଏବଂ ସହାନୁଭୂତି ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ରାଜ୍ୟର ୬ ହଜାର ୭୯୮ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୧ ହଜାର ୩୨୧ ଅସ୍ଥାୟୀ କ୍ୟାମ୍ପରେ ୫ ଲକ୍ଷ ବେଡ୍‌ ବ୍ୟବସ୍ଥା କରାଯାଇଛି। ପଞ୍ଜୀକରଣ କରି ଯେଉଁମାନେ ଗାଁକୁ ଆସୁଛନ୍ତି ସେମାନଙ୍କୁ ୧୪ ଦିନ ଯାଏଁ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି।

ମହିଳା ଏବଂ ଛୋଟ ପିଲାଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଅଲଗା ରୁମ୍‌ରେ ରଖାଯାଉଛି। ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶ ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରରେ କେଉଁ ବାରରେ କ’ଣ ଖାଦ୍ୟ ଦିଆଯିବ ତାର ତାଲିକା କରାଯାଇଛି।

କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ସରକାର ସ୍ୱତନ୍ତ୍ର କିଟ୍‌ ଦେଉଛନ୍ତି। ଏଥିରେ ବ୍ରସ୍‌, ପେଷ୍ଟ, ବାଲ୍‌ଟି, ମଗ୍‌, ସାବୁନ ଆଦି ରହୁଛି। ଏହି କିଟ୍‌ ମାତ୍ର ଜଣେ ବ୍ୟକ୍ତି ହିଁ ବ୍ୟବହାର କରିପାରିବେ।

Comment