ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ଵରରୁ ୩ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି।
ଗଞ୍ଜାମରୁ ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଭୁବନେଶ୍ଵରର ମଞ୍ଚେଶ୍ଵର, ଭିଏସ୍ଏସ୍ ନଗର ଓ ସୂର୍ଯ୍ୟନଗରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାସହ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ସେହିପରି ଗଞ୍ଜାମରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୧୯ରେ ପହଞ୍ଚିଛି। ସେହିପରି ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୨ ଜଣ ସକ୍ରିୟ ଅଛନ୍ତି। ଏଯାଏଁ କରୋରେ ୨ଜଣଙ୍କର ମୃତ୍ୟୁ ହୋଇଛି।

















