ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଅନେକ ଦେଶ ଅଛି, ଯାହାକି କୌଣସି କାରଣରୁ ସ୍ୱତନ୍ତ୍ର ଏବଂ ଅନନ୍ୟ। ଉଗାଣ୍ଡା ପୂର୍ବ ଆଫ୍ରିକାରେ ଅବସ୍ଥିତ ସେହିଭଳି ଏକ ଦେଶ ।

ବିଶେଷ କରି ଭାରତୀୟଙ୍କ ପାଇଁ ଉଗାଣ୍ଡା ବହୁତ ଖାସ୍‌। କାରଣ ଏକ ସମୟ ଥିଲା ଯେତେବେଳେ ଏଠାରେ ବହୁ ସଂଖ୍ୟାରେ ଭାରତୀୟ ଥିଲେ। କିନ୍ତୁ ୧୯୭୨ ମସିହାରେ ସେମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଆମେ ଆପଣଙ୍କୁ ଏହି ଦେଶର ଗୋଟିଏ ମଜାଦାର କଥା କହିବାକୁ ଯାଉଛୁ, ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଏହି ଦେଶର ପୂର୍ବରେ କେନିଆ, ପଶ୍ଚିମରେ କଙ୍ଗୋ, ଉତ୍ତରରେ ସୁଡାନ ଏବଂ ଦକ୍ଷିଣରେ ତାଞ୍ଜାନିଆ ରହିଛି।

ଆପଣମାନେ ସମସ୍ତେ ଜାଣିଥିବେ ଯେ ବିଶ୍ୱର ପ୍ରାୟ ସବୁ ଦେଶର ଜାତୀୟ ପଶୁ, ଜାତୀୟ ପତାକା, ଜାତୀୟ ପକ୍ଷୀ ଥାନ୍ତି ହେଲେ ଉଗାଣ୍ଡା ଏକ ଏମିତି ଦେଶ ଯାହାର କୌଣସି ଜାତୀୟ ଫୁଲ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ତାହା ମଧ୍ୟ କାହାକୁ ଜଣା ନାହିଁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। ଏଠାରେ ଥିବା ଲୋକମାନଙ୍କର ଦିନକୁ ଆୟ ୧୫୩ ଟଙ୍କା।

Comment