ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ବର୍ତ୍ତମାନସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିଶେଷକରି ୬ଟି ଜିଲ୍ଲା ଉପରେ ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ଆଜି କରୋନା ସ୍ଥିତି ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା, ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ଅଧିକ ସଂଖ୍ୟାରେ ବାହାର ରାଜ୍ୟରୁ ଲୋକ ଆସୁଥିବାରୁ ଏହି ୬ଟି ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ୬ଟି ଜିଲ୍ଳାରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରାପଡ଼ାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯ ଥିବା ବେଳେ ବାଲେଶ୍ବରରେ ୫୭, ଭଦ୍ରକରେ ୩୧, ବଲାଙ୍ଗିରରେ ୨ ଏବଂ ଗଞ୍ଜାମରେ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment