ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ୍ ସମୟରେ ମନୋରଞ୍ଜନ ଶିଳ୍ପ ଠପ୍‌ ହୋଇପଡ଼ିଛି। ଏହି ସମୟରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସଲମାନ ତାଙ୍କ ରୋମାଣ୍ଟିକ ଟ୍ରାକ ‘ତେରେ ବିନା’ ରିଲିଜ କରିଛନ୍ତି। ଏହି ଗୀତକୁ ସଲମାନ ନିଜେ ଗାଇଛନ୍ତି। ଏହି ଗୀତରେ ସଲମାନ ଖାନଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ନଜର ଆସିଛନ୍ତି।

ସଲମାନ ଖାନଙ୍କ ଏହି ରୋମାଣ୍ଟିକ ଗୀତକୁ ଅଜୟ ଭାଟିଆ କମ୍ପୋଜ କରିଛନ୍ତି। ଶବୀର ଅହମ୍ମଦ ଗୀତକୁ ଲେଖିଛନ୍ତି। ସଲମାନ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହି ଗୀତ ସଲମାନଙ୍କ ପାନଭେଲରେ ଥିବା ଫାର୍ମ ହାଉସରେ ସୁଟିଂ କରାଯାଇଛି।

ଲକଡାଉନ୍ ହେତୁ ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ଫସି ରହିଛନ୍ତି। ତାଙ୍କ ପରିବାରର ଅଧିକାଂଶ ଲୋକ ଏଠାରେ ଅଛନ୍ତି। ସଲମାନ ଖାନଙ୍କ ସହିତ ଜ୍ୟାକଲିନ ମଧ୍ୟ ଏଠାରେ ଫସି ରହିଛନ୍ତି।

LEAVE A REPLY

Please enter your comment!
Please enter your name here