ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। ବର୍ତ୍ତମାନ ସୁଦ୍ଧା ଦେଶରେ ୮୧ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ଅଢ଼େଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।
ଦେଶରେ ଏବେ ସୁଦ୍ଧା ମୋଟ ୮୧, ୯୭୦କରୋନା ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ୨୭, ୯୧୯ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୨୬୪୯ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଦେଶର ବିଭିନ୍ନ ସ୍ଥାନରେ ୫୧, ୪୦୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ମହାରାଷ୍ଟ୍ର ଏବେ ବି ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୨୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହା ପଛକୁ ଗୁଜରାଟ, ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।








