ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ପୌରାଞ୍ଚଳର ନବୀନାବାଗ୍ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରାନ୍ତ ଜଣକ କୋଲାକତା ଫେରନ୍ତା ବୋଲି ଜଣା ପଡିଛି। ସେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ।
ପଜିଟିଭ୍ ଚିହ୍ନଟ ପରେ ଖୋର୍ଦ୍ଧା ପୌରାଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ସେହିପରି ବାଣପୁର କେଶପୁର ଗାଁରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ଏହାସହ ଏହି ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଗାମୀ ପଦକ୍ଷେପ ପାଇଁ ବିଚାରବିମର୍ସ ଚାଲିଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତ ବାଳକ ଜଣକ ନିଜ ଗାଁରେ ହିଁ ରହୁଥିଲେ।
ସେହିପରି ବାଣପୁର ସ୍ଥିତ ମଙ୍ଗଳପୁର ଅନ୍ୟ ଜଣେ ଆକ୍ରାନ୍ତ ସୁର ଫେରନ୍ତା। ସେ ବାଣପୁର ଗୋଦାବରୀଶ ବିଦ୍ୟାପୀଠ କ୍ୱାରେଣ୍ଟିନ ଥିବା ଜଣାପଡିଛି।


















