ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଭାଇରସ ପାଇଁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ ବଲିଉଡ ଷ୍ଟାରମାନେ ଘରେ ସମୟ ବିତାଉଛନ୍ତି।  ଘରେ ରହି ବିଭିନ୍ନ ଫଟୋ ଏବଂ ଭିଡିଓ ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି। ଏହି ସମୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ଆଲିଆ ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି।  ଆଲିଆ ଏଥର ନିଜେ ଘରେ ତାଙ୍କ ହେୟାର କଟ୍‌ କରିଛନ୍ତି ବୋଲି  ଫଟୋ ସେୟାର କରି କହିଛନ୍ତି। ଆଲିଆଙ୍କ ଏହି ନୂଆ ହେୟାର ଷ୍ଟାଇଲକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

କେବଳ ଏତିକି ନୁହେଁ ଏହି ଲକଡାଉନ ସମୟ ମଧ୍ୟରେ ଆଲିଆ ନିଜ ନିଜକୁ ପୂର୍ବ ଅପେକ୍ଷା ଅଧିକ ଫିଟ୍‌ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

Comment