ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ ଭିତରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ରିଲିଜ ହୋଇଛି ଆଉ ଏକ ରୋମାଣ୍ଟିକ ଗୀତ। ଗୀତର ଟାଇଟାଲ ରହିଛି  ‘ତେରେ ନାଲ’। ଏହି ରୋମାଣ୍ଟିକ ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ବଲିଉଡ ସିଙ୍ଗର ଦର୍ଶନ ଓ ତୁଳସୀ କୁମାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଲକଡାଉନ ଭିତରେ ହିଁ ଗୀତଟି ସୁଟିଂ ହୋଇଛି। ଦର୍ଶନ ଓ ତୁଲସୀ ନିଜେ ଏଥିରେ ଅଭିନୟ କରିଥିଲା ବେଳେ ନିଜ ନିଜ ଘରେ ରହି ଗୀତର ସୁଟ କରିଛନ୍ତି।

ଏହି ଗୀତକୁ ସୋସିଆଲ ମିଡିଆରେ ମିଳିଛି ଜୋରଦାର ରେସପନ୍ସ। ଏହି ଗୀତକୁ ସିଙ୍ଗର ଦର୍ଶନ ନିଜେ କମ୍ପୋଜ କରିଥିଲା ବେଳେ ଏହାର ଲିରକ୍ସ ଗୁରପ୍ରୀତ ସୈନୀ ଓ ଗୌତମ ଜୀ ଶର୍ମା ଲେଖିଛନ୍ତି।

ଭିନ୍ନ ଭିନ୍ନ ସ୍ଥାନରେ ସୁଟ୍‌ ହେବା ସତ୍ତ୍ୱେ ଗୀତରେ ଦର୍ଶନ ଓ ତୁଳସୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହାପୂର୍ବରୁ ଦର୍ଶନଙ୍କ ଆଉ ଏକ ଗୀତ ‘ଭୁଲା ଦୁଙ୍ଗା’ ରିଲିଜ ହୋଇଥିଲା। ଏଥିରେ ‘ବିଗ୍‌ ବସ୍‌ ୧୩’ ଫେମ୍‌ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜଙ୍କୁ ଦେଖିବାକୁ ମିଳିଥିଲା।

Comment