ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାର ବାତ୍ୟାଞ୍ଚଳ ପରିଦର୍ଶନକୁ ନେଇ ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବାତ୍ୟାଞ୍ଚଳ ପରିଦର୍ଶନ ବେଳେ ବୈଜୟନ୍ତ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧାର ରାଜେଶ ପାଲ୍‌ ନାମକ ଜଣେ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବୈଜୟନ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବାତ୍ୟା ଅମ୍ପନ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟ ପରେ ଗତ ୨୧ ଓ ୨୩ ତାରିଖରେ ବୈଜୟନ୍ତ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ରାଜନଗର, ଇଶ୍ୱରପୁର, ବତିଘର, ଖରିନାସି ଆଦି ପଞ୍ଚାୟତ ସମର୍ଥକଙ୍କୁ ନେଇ ବୈଜୟନ୍ତ ମଟରସାଇକେଲରେ ବୁଲିଥିଲେ। ଏସବୁ ଫଟୋ ସୋସିଆଲ ମିଡିଆରେ ବୁଲିଥିଲା। କରୋନା ସଙ୍କଟ ବେଳେ ପୂର୍ବତନ ସାଂସଦ ସମର୍ଥକମାନଙ୍କୁ ନେଇ ମଟରସାଇକେଳରେ ବୁଲିବା ପାଇଁ କିଏ ଅନୁମତି ଦେଲା ବୋଲି ଯୁବକ ଜଣକ ଆପତ୍ତି ଉଠାଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି।

ଏହାସହ ମଟସାଇକେଲ ଚଲାଇବା ବେଳେ ବୈଜୟନ୍ତ କାହିଁକି ହେଲମେଟ ପିନ୍ଧି ନଥିଲେ ବୋଲି ଏହି ଦାବିପତ୍ରରେ ସେ ପ୍ରଶ୍ନ ଉଠାଇଛନ୍ତି। କୋଭିଡ୍‌-୧୯ ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବୈଜୟନ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here