ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ଆରୋଗ୍ୟ ହାର ୫୦ ପ୍ରତିଶତ।
ଗତ କିଛିଦିନ ହେଲୋ କରୋନା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା ବଢୁଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି। ଆଜି ସକାଳେ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସୁସ୍ଥ ହୋଇଥିବା ଅପରାହ୍ଣରେ ଖବର ଆସିଛି।
ସେହିପରି ଗତକାଲି ମଧ୍ୟ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣ ରୋଗୀ ସୁସ୍ଥ ହୋଇଥିଲେ।
ଆଜି ଗଞ୍ଜାମରୁ ସର୍ବାଧିକ ସୁସ୍ଥ ଅଛନ୍ତି। ଗଞ୍ଜାମରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିରରୁ ୨, ପୁରୀରୁ ୭ ଜଣ ସୁସ୍ଥ ହୋଇଛନ୍ତି।
ଆଜିର ୭୯ ଜଣଙ୍କୁ ମିଶାଇ ମୋଟ ୮୧୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆଜିର ସୁସ୍ଥ ସଂଖ୍ୟା ପରେ ରାଜ୍ୟରେ ଆରୋଗ୍ୟ ହାର ୫୦ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।








ରାଜ୍ୟରେ କରୋନା ଆରୋଗ୍ୟ ହାର ୫୦ ପ୍ରତିଶତ।









