ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପଙ୍ଗପାଳ’ ଦଳ ଏବେ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଓଡ଼ିଶା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ପଙ୍ଗପାଳ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ କୃଷି ପରାମର୍ଶ ଦିଆଯାଇଛି।

  • ୫ ପ୍ରତିଶତରୁ ଅଧିକ ନିମ୍ବ ମଞ୍ଜିର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଫସଲ ଉପରେ ଉପରବେଳା ସିଞ୍ଚନ କରନ୍ତୁା
  • ୩୦୦ ପିପିଏମ୍‌ର ନିମ୍ବ ଆଧାରିତ କୀଟନାଶକକୁ ଏକର ପ୍ରତି ୧ ଲିଟର ହିସାବରେ ୨୦୦ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ।
  • ପଙ୍ଗପାଳ ଦଳ ଯଦି ଆପଣଙ୍କ ଫସଲ କିଆରୀରେ ପହଞ୍ଚି ଯାଇଛନ୍ତି ତାହାଲେ ଟିଣକୁ କଣ୍ଟାଯୁକ୍ତ ଡାଳରେ ପିଟି ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ।
  • ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ଡାଳ ତଳେ ପଲିଥିନ୍‌ ପକାନ୍ତୁ। ଗଛକୁ ଜୋର୍‌ରେ ହଲାନ୍ତୁ, ପଙ୍ଗପାଳ ସେହି ପଲିଥିନରେ ଖସିପଡ଼ିବେ। ପଲିଥିନରେ ସେମାନଙ୍କୁ ଗୁଡ଼ାଇ କିରୋସିନ ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ।
  • ପଙ୍ଗପାଳ ଆକ୍ରମଣ କରିଥିବା ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି ୪୦୦ ମି.ଲି. ପ୍ରୋଫେନଫସ୍‌ ୫୦ ଇ ସିକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

Comment