ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଶୁକ୍ରବାର ଭୋରରୁ ହୋଇଥିବା କାଳ ବୈଶାଖୀରେ ଅସ୍ତରଙ୍ଗ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି। ଏହାସହ ଓଲରା ଗାଁରେ ପର୍ଶୁରାମ ପ୍ରଧାନଙ୍କ ଗୁହାଳରେ ବଜ୍ରପାତ ଯୋଗୁଁ ଗୁହାଳ ସମ୍ପୂର୍ଣ୍ଣ ଜଳିଯିବା ସହ ଗାଇମାନେ ଗୁରୁତର ହୋଇଛନ୍ତି।

ପର୍ଶୁରାମଙ୍କ ଗୁହାଳ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଭିତରେ ଥିବା ଗାଇମାନେ ଆଶିଂକ ପୋଡ଼ିଯାଇଛନ୍ତି। ସେନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏନେଇ ପର୍ଶୁରାମ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।

ଏହାସହ କାଳ ବୈଶାଖୀ ଯୋଗୁଁ ଅସ୍ତରଙ୍ଗ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି। ପବନ ଯୋଗୁଁ ଛପର ଘର ଉଡ଼ିଯାଇଥିବା ବେଳେ କେଉଁଠି ବିଦ୍ୟୁତ ଖୁଣ୍ଟ ଓ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି।

Comment