ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗର୍ଲଫ୍ରେଣ୍ଡ ନତାଶା ପୁଣି ଥରେ ଏବେ ଚର୍ଚ୍ଚାରେ ଅଛନ୍ତି। ନତାଶା ମା’ ହେବାକୁ ଯାଉଛନ୍ତି ବୋଲି ରବିବାର ତାଙ୍କ ଇନଷ୍ଟଗ୍ରାମରେ ଘୋଷଣା କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଯାଇଛି। ଏ ବର୍ଷର ଆରମ୍ଭରେ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ କରି ଚର୍ଚ୍ଚାକୁ ଆସିଥିଲେ ନତାଶା।

ତେବେ ଆସନ୍ତୁ ଜାଣିବା ନତାଶାଙ୍କ ବିଷୟରେ ସବୁ କିଛି…

ନତାଶାଙ୍କ ଜନ୍ମ ସର୍ବିଆରେ। ସେ ଜଣେ ମଡେଲ ଭାବରେ ବଲିଉଡରେ ପାଦ ଦେଇଥିଲେ। ନତାଶା ପ୍ରଥମେ ଅନେକ ବିଜ୍ଞାପନରେ ଅଭିନୟ କରିଥିଲେ | ଏହା ପରେ ତାଙ୍କୁ ପ୍ରଥମେ ପ୍ରକାଶ ଝାଙ୍କ ଫିଲ୍ମ ‘ସତ୍ୟାଗ୍ରହ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ନତାଶା ଷ୍ଟାନକୋଭିକ୍ ‘ଆୟୋ ଜୀ’ ଗୀତରେ ଡ୍ୟାନ୍ସ କରିଥିଲେ।

ପ୍ରସିଦ୍ଧ ରାପର ତଥା ଗାୟକ ବାଦଶାହଙ୍କ ଗୀତ ‘ଡିଜେ ୱାଲ୍ ବାବୁ’ ଗୀତରେ ନତାଶାଙ୍କୁ ଦେଖିବାକୁ ମିଳିଥିଲା। ଏହିଠାରୁ ତାଙ୍କ ପରିଚୟ ମିଳିଥିଲା। ଏହି ଗୀତ ୨୦୧୫ ରେ ଆସିଥିଲା
ଫିଲ୍ମ ବ୍ୟତୀତ ନତାଶା ମଧ୍ୟ ଛୋଟ ପରଦାରେ ଅନେକ ଚର୍ଚ୍ଚିତ ହୋଇଛନ୍ତି।

ସେ ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସ୍ ର ସିଜନ୍ ଆଠରେ ଅଂଶଗ୍ରହଣ କରିଥିଲେ ଗତ ବର୍ଷ ଡ୍ୟାନ୍ସ ରିଅଲିଟି ସୋ ନାଚ୍ ବାଲିୟେ ସିଜନ ୯ରେ ମଧ୍ୟ ସେ ଭାଗ ନେଇଥିଲେ।  ସେ ତାଙ୍କ ପୂର୍ବତନ ପ୍ରେମିକ ତଥା ଟିଭି କଳାକାର ଏଲି ଗୋନିଙ୍କ ସହ ଡ୍ୟାନ୍ସ କରିଥିଲେ।

ନତାଶା ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ମଧ୍ୟ ନଜର ଆସିଛନ୍ତି। ଫିଲ୍ମ ‘ଜିରୋ’ ୨୦୧୮ରେ ଆସିଥିଲା

Comment