ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବନି ସପିଂ ମଲ୍, ଜିମ୍, ପାର୍କ, ସିନେମା ହଲ୍, ବାର୍ ଓ ଅଡିଟୋରିୟମ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ପ୍ରିପାଠୀ।
କେନ୍ଦ୍ର ସରକାର ୮ ତାରିଖରୁ ସପିଂ ମଲ୍ ଖୋଲିବାକୁ ଅନୁମତି ଦେଇଥିଲେ। ହେଲେ ରାଜ୍ୟ ସରକାର ଆଜି ନୂଆ ଗାଇଡ୍ଲାଇନ୍ ଜାରି କରି ସପିଂ ଖୋଲିବାକୁ ଅନୁମତି ଦେଇ ନାହାନ୍ତି। ଜୁନ୍ ୩୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ରାଜନୈତିକ, ସାଂସ୍କୃତିକ, ଧର୍ମୀୟ ସମାବେଶ ହୋଇପାରିବ ନାହିଁ। ରାତି ୭ଟାରୁ ସକାଳ ୭ଟା ଯାଏଁ ରାତି କର୍ଫ୍ୟୁ ଲାଗୁ ହେବ। ସବୁଠି ସମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବ। ଓଡ଼ିଶାରେ କଟକଣା କୋହଳ ହେବ ନାହିଁ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।


















