ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେଇ ଫସିଲେ ତହସିଲଦାର। ଲାଞ୍ଚନେବା ଅଭିଯୋଗରେ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଛନ୍ତି। ଏହାସହ ତହସିଲଦାରଙ୍କ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର ସାହୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ କରିଛି ଭୁବନେଶ୍ଵର ଭିଜିଲାନ୍ସ ଟିମ୍‌।

ଏକ ଜମିଜମା ମାମଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାଟା ଏଣ୍ଟ୍ରି ଅପରେଟର। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ତେବେ ସେ ତହସିଲଦାରଙ୍କ ପାଇଁ ଟଙ୍କା ରଖିଥିବା ନେଇ ଜଣାପଡ଼ିଥିଲା।

ଏହି ସୂଚନା ଆଧାରରେ ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍‌। ହେଲେ ଏଭଳି ଅଭିଯୋଗରେ ତହସିଲଦାର ସାମିଲ ନଥିବା ମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here