ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସଟ୍ଡାଉନ୍ ବେଳେ କେଉଁ କର୍ମଚାରୀମାନେ କଟକ ଓ ଭୁବନେଶ୍ୱରରେ ଯା’ ଆସ କରିପାରିବେ ସେନେଇ ତାଲିକା ଜାରି କରିଛି କମିସନରେଟ୍ ପୋଲିସ।
- ମେଡିକାଲ, ନର୍ସିଂହୋମ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇ ପାରିବେ।
- ଔଷଧ ଦୋକାନ କର୍ମଚାରୀମାନେ ପୋଲିସ ଦେଇଥିବା ପୁରୁଣା ପାସ୍ ଦେଖାଇ ଯା’ ଆସ କରିପାରିବେ।
- କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ମଧ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ।
- ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀ ମଧ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ।
- ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ ଓ ବିଦ୍ୟୁତ କର୍ମଚାରୀ ମଧ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ।
- କଳାକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ।
- ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ଯାଉଥିବା ଗାଡ଼ିକୁ ପୋଲିସ ପାସ୍ ଦରକାର।
- ପୋଲିସଠାରୁ ପାସ୍ ନେଇ ଟ୍ୟାକ୍ସି, ଅଟୋ, ଓଲା ଏବଂ ଉବର ଆଦି ଯାଇପାରିବ।
- ସଟ୍ଡାଉନ୍ ଦିନ ବାହାଘର ଥିଲେ ପୋଲିସଠାରୁ ଅନୁମତି ନେବା ଜରୁରୀ।
- ଟୁଇନସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ି ୧୦୦କୁ କଲ୍ କରି ଅନୁମତି ନେଇପାରିବେ।
- ମାଲ ପରିବହନ କରୁଥିବା ଗାଡ଼ି ପାଇଁ ପାସ୍ ଦରକାର ନାହିଁ।
- ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସ୍ଏମ୍ଏସ୍ ବା ୧୦୦କୁ ଡାଏଲ କରି ପାସ୍ ନେଇ ପାରିବେ।


















