ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ହେଲେ ଡମଣା ଅଞ୍ଚଳର ୨୫ ବର୍ଷିୟ ଯୁବକ। ନିକଟରେ ସେ ମୁମ୍ଵାଇରୁ ଫେରିଥିଲେ। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ।

ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ଭୁବନେଶ୍ଵରରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଏଥିସହିତ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨,୯୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୮୯୪ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧୦୮୯ ଏବେ ବି ସକ୍ରିୟ ଅଛନ୍ତି। ସେହିପରି ଏଯାଏଁ କରୋନା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି।

Comment