ଓଡ଼ିଶାଲାଇଭ୍ ବ୍ୟୁରୋ
୫୦ ଜଣ ଏନ୍ଡିଆର୍ଏଫ୍ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମୁଣ୍ଡଳୀସ୍ଥିତ ଏନଡିଆର୍ଏଫ୍ ୟୁନିଟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୬୭ ଜଣ ଯବାନ ମୁଣ୍ଡଳି କ୍ୟାମ୍ପରୁ ଅମ୍ପନ ବାତ୍ୟା ବେଳେ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିଲେ। ଗତ ତିନି ଦିନ ତଳେ ଜଣଙ୍କର ନମୁନା ପଜିଟିଭ୍ ବାହାରିଥିବା ବେଳେ ଆଜି ୪୯ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ଏନଡିଆରଏଫ୍ ତରଫରୁ ସୂଚନା ମିଳିଛି।








