ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଜୁନ୍ ୮, ଓ୍ୱାର୍ଲ୍ଡ ବ୍ରେନ ଟ୍ୟମୁର ଡେ’। ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ।
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି।
ବ୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ
ଚାଲିବାରେ ହାଲିଆ ଅନୂଭବ କରିବା
ଟ୍ୟୁମର ଶରୀରରେ ଥିବା କୋଷରାଶିକୁ ପ୍ରଭାବିତ କରିଥାଏ। ଯାହା ମଣିଷ ଚାଲିବା ସମୟରେ ଅଧିକ ପ୍ରଭାବ ପକାଇଥାଏ। ଯଦି ଆପଣ ଆପଣଙ୍କ ଶରୀରକୁ ସନ୍ତୁଳିତ କରିପାରୁ ନାହାଁନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ।
ହୃତ୍ଘାତ ସମସ୍ୟା
ବ୍ରେନ୍ ଟ୍ୟୁମରରେ ବିଶେଷ କରି ହୃଦଘାତ ଜନିତ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କୁ କେବେ ହୃତଘାତ ହୁଏ ତେବେ ତତକ୍ଷଣାତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ବ୍ରେନ ଟ୍ୟୁମର ଚିକିତ୍ସା
ବ୍ରେନ୍ ଟ୍ୟୁମର ଏକ ବଡ଼ ରୋଗ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ସମୟ ପୂର୍ବରୁ ଏହାକୁ ଏଡାଇ ଯାଇପାରିବ। ଏହାର ଚିକିତ୍ସା ଉପଚାର କିମୋଥେରାପି, ରେଡିଏସନ ଥେରାପି, ସର୍ଜରି ଆଦି ବିଭିନ୍ନ ଉପାୟରେ କରାଯାଇପାରିବ। ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ।


















