ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ଶରୀରର ଗଠନ ଯେତେ ଜଟିଳ, ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ରୋଗଗୁଡ଼ିକ ମଧ୍ୟ ସେତିକି ଗମ୍ଭୀର। ଏହିପରି ଏକ ଗମ୍ଭୀର ରୋଗ ହେଉଛି ବ୍ରେନ ଟ୍ୟୁମର। ଏହି ଟ୍ୟୁମର୍ ମଧ୍ୟ ସାଂଘାତିକ ହୋଇପାରେ। ଲୋକଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ ୮ ରେ ଓ୍ୱାର୍ଲ୍ଡ ବ୍ରେନ ଟ୍ୟମୁର ଡେ’ ପାଳନ କରାଯାଏ।

ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ବ୍ରେନ ଟ୍ୟୁମରର ଲକ୍ଷଣ, କାରଣ ଏବଂ ଚିକିତ୍ସା ବିଷୟରେ ବର୍ଣ୍ଣନା କରାଯାଏ।

୨୦୦୦ ମସିହାରେ ଏହି ଦିନଟି ପ୍ରଥମେ ପାଳନ କରାଯାଇଥିଲା। ଏହା ଜର୍ମାନ ବ୍ରେନ୍ ଟ୍ୟୁମର ଆସୋସିଏସନ୍ ଡଏଚ୍ ହିରଣନଟ୍ୟୁମରହିଲ୍ଫ୍ ଦ୍ୱାରା ଆରମ୍ଭ କରାଯାଇଥିଲା। ୧୯୯୮ ରେ ଏହି ଆସୋସିଏସନ ଗଠନ କରାଯାଇଥିଲା। ଏହି ଆସୋସିଏସନ ଜୁନ୍ ୮ ରେ ବ୍ରେନ ଟ୍ୟୁମର ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ସେବେଠାରୁ ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ।

Comment