ଓଡ଼ିଶାଲାଇଭ୍ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ହେବା ପାଇଁ ମୁମ୍ବାଇକୁ ଆସୁଥିବା ସମସ୍ତେ ଫିଲ୍ମ ଦୁନିଆରେ ପାଦ ଦେବାକୁ ଚାହାଁନ୍ତି। ଟେଲିଭିଜନକୁ ବଲିଉଡରେ ପ୍ରବେଶ କରିବାର ଏକ ମାଧ୍ୟମ ବୋଲି ଭାବନ୍ତି। କିନ୍ତୁ ସମସ୍ତଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତ ହୁଏନି। ଏମିତି କିଛି ନାମୀଦାମୀ ଟିଭି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମ ଚକରରେ ସିରିଏଲକୁ ହାତଛଡ଼ା କରିଛନ୍ତି।

ରାଜୀବ ଖଣ୍ଡେଲୱାଲ

ଏହି ତାଲିକାର ପ୍ରଥମ ନାଁ ଅଭିନେତା ରାଜୀବ ଖଣ୍ଡେଲୱାଲଙ୍କର ଆସୁଛି। ରାଜୀବ ଖଣ୍ଡେଲୱାଲ ଏକତା କପୁରଙ୍କ ଟେଲିଭିଜନ ସିରିଏଲ ‘କହିଁ ତୋ ହୋଗା’ ରୁ ଘରେ ଘରେ ପରିଚିତ ହୋଇଥିଲେ। କିନ୍ତୁ ରାଜୀବ ସଫଳ ଟିଭି ଅଭିନେତା ପଦବୀ ଛାଡି ଫିଲ୍ମ ଆଡକୁ ଗଲେ। କିନ୍ତୁ ଫିଲ୍ମରେ ତାଙ୍କୁ ସେତେଟା ସଫଳତା ମିଳିନଥିଲା। ଏପଟେ ସିରିଏଲ ବି ହାତରୁ ଗଲା।

ଅମନ ବର୍ମା

ଅମନ ବର୍ମା ଏକଦା ଟେଲିଭିଜନ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ ଥିଲା। କିଉଁକି ସାସ୍‌ ଭି କଭି ବୋହୁ ଥି ଟେଲିଭିଜନ୍ ସିରିଏଲ୍ ତାଙ୍କୁ ବହୁତ ଲୋକପ୍ରିୟତା ଦେଇଥିଲା।  କିନ୍ତୁ ସେ ବି ଫିଲ୍ମ ଆଡ଼କୁ ମୁହାଁଇଥିଲେ। ଶେଷରେ ଫିଲ୍ମରେ ନାଁ କରିପାରିଲେନି କି ସିରିଏଲର ଷ୍ଟାରଡମ୍‌ ରହିଲାନି।

ଗୁରୁମିତ ଚୌଧୁରୀ

୨୦୦୮ ରାମାୟଣ ପରଠାରୁ ଗୁରୁମିତ ଟେଲିଭିଜନରେ ଏକ ଲୋକପ୍ରିୟ ନାମ ପାଲଟିଥିଲେ। ଗୁରୁମିତ ଏହା ପରେ ମଧ୍ୟ ଅନେକ ଟେଲିଭିଜନ ସିରିଏଲରେ କାମ କରିଥିଲେ। କିନ୍ତୁ ବଲିଉଡର ଆକର୍ଷଣ ଗୁରୁମିତଙ୍କୁ ଟେଲିଭିଜନରୁ ଦୂରେଇ ରଖିଥିଲା। ତାଙ୍କ ଫିଲ୍ମ ମଧ୍ୟ କିଛି ବିଶେଷ ପ୍ରଦର୍ଶନ କରିପାରିଲା ନାହିଁ|

Comment