ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ରୁ ଆଜି ରାଜ୍ୟରୁ ୧୪୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି।
ଗଞ୍ଜାମରୁ ୫୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଜଣ ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩ ଏବଂ କଟକରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଞ୍ଚିଛି।
ଆଜି ସକାଳେ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୭ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୭ଟି କେସ୍, ଲୋକଲା କେସ୍ ୧୩ଟି। ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୩୩, କଟକରୁ ୨୦, ଖୋର୍ଦ୍ଧାରୁ ୧୪, ଗଜପତିରୁ ୧୧, ପୁରୀରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ରାୟଗଡ଼ା, ନୟାଗଡ଼, କଳାହାଣ୍ଡି ଓ ମୟୂରଭଞ୍ଜରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ଼ରୁ ୨, ଝାରସୁଗୁଡ଼ା, ଭଦ୍ରକ, ବଲାଙ୍ଗିର, କୋରାପୁଟ, କେନ୍ଦୁଝର, କେନ୍ଦ୍ରାପଡ଼ା, ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ।


















