ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ ସେବା।

ଚତୁର୍ଦ୍ଧାମୂର୍ତ୍ତିଙ୍କର ସେବା କରୁଛନ୍ତି ଦଇତାପତି ସେବାୟତ। ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ପଞ୍ଚମ ଦିନ। ଏହି ଦିନରେ ମହାପ୍ରଭୁଙ୍କୁ ଫଲୁରି ତେଲ ଲାଗି କରାଯିବ। ଏହି ତେଲ ଲାଗି ହେବା ପରେ  ମହାପ୍ରଭୁଙ୍କ ଶରୀରରୁ ଦରଜ ଉପସମ ହୋଇଥାଏ ଓ ମହାପ୍ରଭୁ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି।

ଘଣା ପେଡା ରାଶି ତେଲରେ କେତକୀ, ଜୁଇ, ଜାଇ, ମାଳତୀ, ବକୁଳ ଆଦି ସୁବାଷିତ ଫୁଲ କୃଷ୍ଣବୋଗ ଧାନ ଓ ବେଣା ଚେର ଏଥିରେ ମିଶ୍ରିତ ହୋଇଛି ।

Comment