ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

parineeta-5

ନିଜର ଅଭିନୟର କାରିଗରୀ ଏବଂ ହଟକେ ଫିଲ୍ମ ଜରିଆରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ। ତାଙ୍କର ସୁନ୍ଦର ଅଭିନୟ ପ୍ରତ୍ୟକ ଚରିତ୍ରକୁ ଜୀବନ୍ତ କରିଦିଏ। ତେବେ ୧୫ ବର୍ଷ ତଳେ ‘ପରିନୀତା’ ଫିଲ୍ମ ଜରିଆରେ ସିନେଜଗତରେ ପାଦ ଥାପିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ। ଏହି ବର୍ଷ ଫିଲ୍ମ ‘ପରିନୀତା’କୁ ପୁରିଛି ୧୫ ବର୍ଷ। ସଂଜୟ ଦତ୍ତ, ସୈଫ୍ ଅଲ୍ଲୀ ଖାନ୍ ଏବଂ ବିଦ୍ୟା ବଲାନଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମର ଡିରେକ୍ଟର ଥିଲେ ପ୍ରଦୀପ ସରକାର ଏବଂ ବିଦୁ ବିନୋଦ ଚୋପଡ଼ା ଏହାକୁ ପ୍ରଡ୍ୟୁସ୍ କରିଥିଲେ।

ଏହି ଫିଲ୍ମରେ ବିଦ୍ୟା ବଲାନ ଜଣେ ବଙ୍ଗୀୟ ଝିଅ ‘ଲଲୀତା’ ଭୂମିକା ନିଭେଇଥିଲେ। ଏହି ଫିଲ୍ମରେ କୋଲକାତାର ପରମ୍ପରାକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ସୈଫ୍ ଏବଂ ବିଦ୍ୟାଙ୍କ ଯୋଡ଼ିକୁ ମଧ୍ୟ ବେଶ୍ ପ୍ରଶଂସା ମିଳିଥିଲା। ଏଥିରେ ଦିଆ ମିର୍ଜା ଏବଂ ରାଇମା ସେନ୍ ମଧ୍ୟ ଖାସ୍ ଭୂମିକାରେ ନଜର ଆସିଥିଲେ।

vidya saif

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ବିଦ୍ୟା ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ରୟ କପୁରଙ୍କ ଭେଟ ହୋଇଥିଲା। ଏହି ଫିଲ୍ମର ୧୫ ବର୍ଷ ପୂରଣ ହେବା ଖୁସିରେ ବିଦ୍ୟା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି “ଯେପରି ଦୁନିଆ ଜାଣିବା ପୂର୍ବରୁ, ଲଲୀତା ଶେଖରର ଜୀବନସାଥୀ ହୋଇସାରିଥିଲା, ତୁମେ ବି ମୋର…କିନ୍ତୁ ୨୦୦୫ ଜୁନ୍ ୧୦ ତାରିଖରେ ମୁଁ ତୁମର ପରିନୀତା ହେଲି। ମୋ ପ୍ରିୟ ସିନୋମା, ମୁଁ ତୁମକୁ ସେବେ ବି ଭଲ ପାଉଥିଲି, ଏବେ ବି ଭଲ ପାଉଛି ଏବଂ ଆଗକୁ ମଧ୍ୟ ଏହି ଭଳି ଭଲ ପାଇବି। ଏବଂ ସେ ସମସ୍ତ ଲୋକଙ୍କୁ ଧନ୍ୟବାଦ ଯିଏ ଏହି ବିବାହ ନିଶ୍ଚିତ କରିଥିଲେ।”

vidya siddharth

ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ବିଦ୍ୟା ଏହି ପୋଷ୍ଟଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ବିଦ୍ୟାଙ୍କ ଏହି ଫିଲ୍ମଟି ତାଙ୍କ ପାଇଁ ବହୁତ ଭାବେ ଖାସ୍। ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା, ଏହି ଫିଲ୍ମ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ଏବଂ ଏହି ଫିଲ୍ମ ସେଟରେ ତାଙ୍କର ଆଦିତ୍ୟଙ୍କ ସହ ପ୍ରଥମ ଦେଖା ହୋଇଥିଲା।

lalita

ବିଦ୍ୟା ବାଲନ ପ୍ରାୟତଃ ମହିଳା କେନ୍ଦ୍ରୀୟ ଫିଲ୍ମରେ ନଜର ଆସିଛନ୍ତି। ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରକୁ ଆପଣେଇ ସେ ଦର୍ଶକଙ୍କୁ ମନକୁ ଜିତିପାରିଛନ୍ତି। କିନ୍ତୁ ଫିଲ୍ମ ‘ପରିନୀତା’ରେ ‘ଲଲୀତା’ ଭୂମିକାରେ ତାଙ୍କର ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here