ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜ ଫିଗରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଆଜି ଜନ୍ମଦିନ। ଦିଶା ଆଜି ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଖୁବ କମ ସମୟରେ ବଲିଉଡରେ ସଫଳତା ପାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିଶା ଜଣେ।

ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କେମିତି ରହିଛି ତାଙ୍କ ଅଭିନୟ କ୍ୟାରିୟର…

ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ। ୨୦୧୫ରେ ଦିଶା ଏକ ତେଲୁଗୁ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଏହାପରେ ୨୦୧୬ରେ ସେ ଏକ ହିନ୍ଦୀ ଗୀତରେ ଅଭିନେତା ଟାଇଗରଙ୍କ ସ‌ହ ଅଭିନୟ କରିଥିଲେ ଏବଂ ସେହିବର୍ଷ ‌ଏମ୍. ଏସ୍. ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ‌ ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମରେ ଦିଶାଙ୍କୁ ଢ଼େର ଲୋକପ୍ରିୟତା ମିଳିଥିଲା।

୨୦୧୭ରେ ଦିଶା ଆଭିନେତା ସୋନୁ ଶୁଦ୍‌ଙ୍କ ଏବଂ ଜ୍ୟାକି ଚାନ୍‌ଙ୍କ ସ‌ହ ଏକ ଇଂରାଜୀ, ଚାଇନିଜ୍ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ‌କୁଙ୍ଗ୍ ଫୁ ଯୋଗ‌ରେ ଅଭିନୟ କରିଥିଲେ।

Comment