ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁନେଇ ଅନିଶ୍ଚିତତା ଲାଗି ରହିଛି। ଏତିକି ବେଳେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବା ଭଲ ନୁହେଁ ବୋଲି ସେ କହିଛନ୍ତି।

‘‘ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ଠିକ୍‌ ହେବନି। ପୁରୀ ସହରକୁ ସିଲ୍‌ କରାଯାଇ ରଥଯାତ୍ରା ଆୟୋଜନ କରାଯାଉ। ସେବାୟତ ଏବଂ ପୋଲିସଙ୍କ ସହାୟତାରେ ରଥ ଟଣାଯାଉ। କିଛି ସେବାୟତ ରଥ ଉପରେ ରହନ୍ତୁ ଏବଂ ଆଉ କିଛି ସେବାୟତ ରଥ ଟାଣନ୍ତୁ। ପୁରୀ ସହରର ଲୋକ ବି ବଡ଼ଦାଣ୍ଡକୁ ନଆସନ୍ତୁ’’, କହିଛନ୍ତି ରଘୁନାଥ ମହାପାତ୍ର।

ରଥଯାତ୍ରାକୁ ଆଉ ୧୦ ଦିନ ରହିଲା। ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ରାଜ୍ୟ ସରକାର ରଥଯାତ୍ରାକୁ ଅନୁମତି ଦେବେ କି ନାହିଁ ତା’ ଉପରେ ନଜର ରହିଛି। ରଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଅନୁମତି ଦେଇଥିବା ବେଳେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଥିଲେ। ଗତ ତିନି ଦିନ ତଳେ ହାଇକୋର୍ଟ ମଧ୍ୟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କହିଥିଲେ। ହେଲେ ଏପର୍ଯ୍ୟନ୍ତ ସରକାର କୌଣସି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି।

Comment