ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ନୂଆ କରୋନା ପଜିଟିଭ୍। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।
ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ବିଏମସି ସୂଚନା ଦେଇଛି।
ଆଜି ଭୁବନେଶ୍ୱର ଚିନ୍ତାମଣିଶ୍ୱର, ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ କ୍ୱାରେଣ୍ଟାଇନରେ ଥିବା ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ବେହେରା ସାହି ଓ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।
ଏଥିସହ ରାଜଧାନୀ ଭୁବନେଶ୍ୱରର ମୋଟ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀରେ ୫୨ ଜଣ ଆକ୍ରାନ୍ତ ସକ୍ରିୟ ଥିବାନେଇ ବିଏମସି ସୂଚନା ଦେଇଛି।

















