ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ସେତିକି ସୁସ୍ଥ।
ଓଡ଼ିଶାବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଆଣିଛି ଆଜିର କରୋନା ରେଜଲ୍ଟ। ଆଜି ଯେତିକି ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ସେତିକି ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି। ୧୪୬ ଆକ୍ରାନ୍ତ ଆଜି ସକାଳେ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୧୪୬ ସୁସ୍ଥ ହୋଇଛନ୍ତି।
ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ସୁସ୍ଥ ବି ହେଉଛନ୍ତି। କେଉଁଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛନ୍ତି ତ ଆଉ କେଉଁ ଦିନ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ହେଲେ ଆଜି ପୂରା ସମାନ ସମାନ ରହିଛି। ଆକ୍ରାନ୍ତ ଏବଂ ସୁସ୍ଥ ସଂଖ୍ୟା ସମାନ ରହିଛି।
ଆଜି କଟକରୁ ସର୍ବାଧିକ ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ପଛରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରେ ୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରେ ୧୮, ମୟୂରଭଞ୍ଜରେ ୧୩, ଗଜପତିରେ ୧୨, ଭଦ୍ରକରେ ୧୧, ବଲାଙ୍ଗୀରରେ ୧୧, କନ୍ଧମାଳ, କେରାପୁଟ, ରାୟଗଡ଼ାରୁ ୫ ଜଣ ଲେଖାଏଁ ଏବଂ କଳାହାଣ୍ଡିରୁ ୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 146 #Covid19 patients have recovered and are being discharged on 15.6.2020.
26 from Cuttack
23 from Khurdha
18 from Ganjam
13 from Mayurbhanj
12 from Gajapati
11 from Bhadrak
11 from Bolangir
5 each from Kandhamal, Koraput and Rayagada
4 from Kalahandi
(1/2)— H & FW Dept Odisha (@HFWOdisha) June 15, 2020
ଯାଜପୁର ଏବଂ ନୟାଗଡ଼ରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡ଼ା, ପୁରୀରୁ ୨ ଜଣ ଲେଖାଏଁ ଏବଂ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏପଟେ ରାଜ୍ୟରେ ଆଜି ସକାଳେ ୧୪୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି। ୧୨୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି।
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କନ୍ଧମାଳ ଜିଲ୍ଲାରୁ ୪୮ ଜଣ ଜଣାପଡ଼ିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ନୟାଗଡ଼ରୁ ୪, ଝାରସୁଗୁଡ଼ାରୁ ୧, ରାୟଗଡ଼ାରୁ ୫, କଟକରୁ ୧୯, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୮, ଢେଙ୍କାନାଳରୁ ୧, ଅନୁଗୁଳରୁ ୬ , ଗଞ୍ଜାମରୁ ୮, ସୋନପୁରରୁ ୨, ଭଦ୍ରକରୁ ୧୯, ସମ୍ବଲପୁରରୁ ୧, ସୁନ୍ଦରଗଡ଼ରୁ ୪ ଏବଂ ୯ ଜଣ ଅଗ୍ନିଶମ ଅଧିକାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।








ଆଜି ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ସେତିକି ସୁସ୍ଥ।









