ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି କିଛି ଷ୍ଟାର ଅଛନ୍ତି, ଯେଉଁମାନେ ଅକସ୍ମାତ ଦୁନିଆରୁ ବିଦାୟ ନେଇଛନ୍ତି। ଆଉ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ଅଭିନୀତ ଫିଲ୍ମ  ରିଲିଜ ହୋଇଛି। ଏହି ତାଲିକାରେ ପ୍ରଥମ ଯୁବ ଅଭିନେତା ସୁଶାନ୍ତ ସିଂଙ୍କ ନାଁ ଆସୁଛି।sushant-1

ସୁଶାନ୍ତ

ସୁଶାନ୍ତ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିବା ପ୍ରଶଂସକଙ୍କ ପାଇଁ ନିଜର ଶେଷ ଫିଲ୍ମ ଛାଡି ଯାଇଛନ୍ତି ସୁଶାନ୍ତ। ‘ଦିଲ୍ ବିଚାରା’ ନାମକ ଏହି ଫିଲ୍ମଟି ଗତ ମେ’ ମାସରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହି ଫିଲ୍ମଟି ରିଲିଜ୍ ହେବ ସତ, ମାତ୍ର ଫିଲ୍ମର ସଫଳତା ଦେଖିବା ପାଇଁ ସୁଶାନ୍ତ ଆମ ପାଖରେ ନ ଥିବେ।

ଋଷି କପୁର

ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ମୃତ୍ୟୁ ଏପ୍ରିଲ ୩୦ରେ ହୋଇଥିଲା। ଗତ ଦୁଇ ବର୍ଷ ଧରି ସେ କ୍ୟାନ୍ସରେ ପୀଡ଼ିତ ଥିଲେ। କିନ୍ତୁ ଅଭିନୟକୁ ଖୁବ୍ ଭଲପାଉଥିଲେ ଋଷି। ଏଣୁ ଦେହ ଟିକେ ସୁସ୍ଥ ହେବା ପରେ ସେ ‘ଶର୍ମା ଜୀ ନମକୀନ୍’ ନାମକ ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମ ସୁଟିଂ ଅଧା ଥିବାବେଳେ ସେ ସବୁଦିନ ପାଇଁ ଆଖି ବୁଜିଦେଲେ। ଲକଡାଉନ୍ ଶେଷ ହେବା ପରେ ଫିଲ୍ମର ସୁଟିଂ ପୁରା ହେବ ଏବଂ ରିଲିଜ ହେବ।

ମୀନା କୁମାରୀ

ବଲିଉଡର ଟ୍ରାଜେଡି କୁଇନ୍ ମୀନା କୁମାରୀ। ମଞ୍ଜୁ, ଚାଇନିଜ୍ ଡଲ୍, ଭାରତୀୟ ଫିଲ୍ମର ସିଣ୍ଡ୍ରେଲ ଆଦି ଅନେକ ନାମରେ ପରିଚ଼ିତ ଥିଲେ ସେ। ମାତ୍ର ୩୮ ବର୍ଷ ବୟସରେ ଲିଭର୍ ସିରୋସିସ୍ ରୋଗରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୭୨ରେ ତାଙ୍କ ଅଭିନୀତ ଫିଲ୍ମ ‘ପାକିଜା’ ରିଲିଜ୍ ହୋଇଥିଲା। ଏହାର ତିନି ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ଶେଷ ଫିଲ୍ମ ‘ଗୋମତୀ କେ କିନାରେ’ ରିଲିଜ ହୋଇଥିଲା।

ଦିବ୍ୟା ଭାରତୀ

ଯେତେବେଳେ ବି ବଲିଉଡର ସୁନ୍ଦରୀ ନାୟିକାମାନଙ୍କ କଥା ଉଠେ ସେମାନଙ୍କ ଭିତରେ ଚୁଲବୁଲି ନାୟିକା ଦିବ୍ୟା ଭାରତୀଙ୍କ ନାଁ ନିହାତି ଆସେ। ନିଜ ସମୟର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ନାୟିକା ଥିଲେ ଦିବ୍ୟା। କିନ୍ତୁ ୧୯୯୩ ମସିହାରେ ମାତ୍ର ୧୯ ବର୍ଷ ବୟସରେ ସନ୍ଦେହଜନକ ଭାବେ ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ତାଙ୍କର ଶେଷ ଫିଲ୍ମ ‘ରଙ୍ଗ’ ରିଲିଜ୍ ହୋଇଥିଲା। ଏଥିରେ ଜୀତେନ୍ଦ୍ର ଏବଂ ଅମୃତା ସିଂ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ସୁପରହିଟ୍ ହୋଇଥିଲା।

ଫାରୁଖ୍ ଶେଖ

ଟେଲିଭିଜନ୍ ଏବଂ ଫିଲ୍ମଜଗତର ଜଣାଶୁଣା ନାଁ ଫାରୁଖ୍ ଶେଖ୍। ୨୦୧୩ ମସିହାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରବର୍ଷ ୨୦୧୪ରେ ତାଙ୍କ ଅଭିନୀତ ଦୁଇଟି ଫିଲ୍ମ ‘ଚିଲଡ୍ରେନ ଅଫ୍ ଓ୍ଵାର’ ଏବଂ ‘ୟଙ୍ଗିସ୍ତାନ’ ରିଲିଜ ହୋଇଥିଲା।

ମଧୁବାଲା

୧୯୩୩ ମସିହା ଭାଲେଣ୍ଟାଇନ୍ ଡେ’ ରେ ଜନ୍ମ ହୋଇଥିଲେ ବଲିଉଡର ସୁନ୍ଦରୀ ନାୟିକା ମଧୁବାଲା। ହୃଦରୋଗରେ ପୀଡ଼ିତ ଥିବା ମଧୁବାଲାଙ୍କର ୧୯୬୯ ମସିହା ଫେବୃଆରୀ ୨୩ ତାରିଖରେ ମୃତ୍ୟୁ ହୋଇଥିଲା। ଏହାପରେ ୧୯୭୧ ମସିହାରେ ତାଙ୍କ ଫିଲ୍ମ ‘ଜ୍ଵାଲା’ ମୁକ୍ତିଲାଭ କରିଥିଲା। ଏଥିରେ ସୁନୀଲ ଦତ୍ତ ତାଙ୍କର ନାୟକ ସାଜିଥିଲେ।

ସ୍ମିତା ପାଟିଲ

ବଲିଉଡର ଅନ୍ୟତମ ଦକ୍ଷ ନାୟିକା ସ୍ମିତା ପାଟିଲ ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ। ୧୩ ଡିସେମ୍ବର ୧୯୮୬ରେ ପୁଅ ପ୍ରତୀକ ବବ୍ବରଙ୍କ ଜନ୍ମ ସମୟରେ ପ୍ରସବକାଳୀନ ଜଟିଳତା କାରଣରୁ ସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ଅଭିନୀତ ମିର୍ଚ୍ଚ ମସାଲା, ଓ୍ଵାରିସ ଆଦି ପ୍ରାୟ ଦଶରୁ ଉର୍ଦ୍ଧ୍ଵ ଫିଲ୍ମ ରିଲିଜ ହୋଇଥିଲା।

ଶମ୍ମି କପୁର

ବଲିଉଡର ପ୍ରଖ୍ୟାତ କଳାକାର ଶମ୍ମି କପୁର ଜୀବନର ଅନ୍ତିମ ସମୟରେ ମଧ୍ୟ ଅଭିନୟ ଜାରି ରଖିଥିଲେ। ଶେଷଥର ପାଇଁ ସେ ରକଷ୍ଟାର ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ରିଲିଜ ହେବା ଆଗରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ୧୪ ଅଗଷ୍ଟ ୨୦୧୧ରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଫିଲ୍ମଟି ସେହି ବର୍ଷ ନଭେମ୍ବର ୧୧ ତାରିଖରେ ରିଲିଜ ହୋଇଥିଲା।

ବଲରାଜ ସାହାଣୀ

ଦୋ ବିଘା ଜମିନ୍, ଧରତୀ କେ ଲାଲ, କାବୁଲିଓ୍ଵାଲା ଆଦି ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ବଲରାଜ ସାହାଣୀଙ୍କର ୧୯୭୩ ମସିହାରେ ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କର ପ୍ୟାର କା ରିସ୍ତା, ହସତେ ଜଖମ୍, ହିନ୍ଦୁସ୍ତାନ କି କସମ୍, ଅମାନତ୍, ଜାଲିଆନାଓ୍ଵାଲାବାଗ ଏବଂ ଗରମ ହଓ୍ଵା ରିଲିଜ ହୋଇଥିଲା। ଗରମ ହଓ୍ଵା ଫିଲ୍ମଟି ଅନେକ ସଫଳତା ସାଉଁଟିବା ସହ ସୁପରହିଟ୍ ଫିଲ୍ମର ମାନ୍ୟତା ପାଇଥିଲା। କିନ୍ତୁ ଏସବୁ ଦେଖିବା ଆଗରୁ ବଲରାଜ ଦୁନିଆ ଛାଡ଼ି ସାରିଥିଲେ।

ଅମରେଶ ପୁରୀ

ହିନ୍ଦୀ ସିନେ ଜଗତର ପ୍ରଖ୍ୟାତ ଖଳନାୟକ ଅମରେଶ ପୁରୀ ୨୦୦୫ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ। ମୃତ୍ୟୁ ପରେ ତାଙ୍କ ଅଭିନୀତ କିଷ୍ଣା- ଦି ଓ୍ଵାରିଅର ପୋଏଟ ଫିଲ୍ମ ରିଲିଜ ହୋଇଥିଲା।

ସଞ୍ଜୀବ କୁମାର

ହରିଭାଇ ଜରିଓ୍ଵାଲା ଭାବେ ପରିଚ଼ିତ ସଞ୍ଜୀବ କୁମାର ମଧ୍ୟ ନିଜର ଅନେକ ଫିଲ୍ମ ଦେଖିପାରି ନ ଥିଲେ। ୬ ନଭେମ୍ବର ୧୯୮୫ ମସିହାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ପରେ ତାଙ୍କର ପାଖାପାଖି ଦଶରୁ ଉର୍ଦ୍ଧ୍ଵ ଫିଲ୍ମ ରିଲିଜ ହୋଇଥିଲା। ସେଥିମଧ୍ୟରୁ ପ୍ରଫେସର କି ପଡ଼ୋଶନ ଫିଲ୍ମଟି ସବୁଠୁ ଶେଷରେ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ ଆଶା ପାରେଖ ଏବଂ ପଦ୍ମିନୀ କୋହ୍ଲାପୁରୀ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here