ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭୁବନେଶ୍ଵର ସହରରେ ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୭ରୁ ୧୪ ଜଣ ହୋମ୍‌ କ୍ଵାରେଣ୍ଟିନରେ ଥିବା ବେଳେ ୩ ଜଣ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ।

୩ ଜଣ ଲୋକାଲ କେସରୁ ନହରକଣ୍ଟା ଅଞ୍ଚଳରୁ ଜଣେ ୨୭ ବର୍ଷିୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ହସ୍ପିଟାଲରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ ଜଣକ ଜୟଦେବ ବିହାର ଅଞ୍ଚଳର ଜଣେ ମହିଳା।

ସେହିପରି ହୋମ୍‌ କ୍ଵାରେଣ୍ଟିନ୍‌ରେ ଚିହ୍ନଟ ହୋଇଥିବା ୧୪ ଜଣକ ମଧ୍ୟରେ ୭ ଜଣ ରେଲଓ୍ଵେ କର୍ମଚାରୀ ରହିଛନ୍ତି। ସେମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭିମପୁରରୁ ୩ ଜଣ ଡୁଡୁମାରୁ ଜଣେ ଓ ନୟାପଲ୍ଲୀରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୪ ଜଣ ସକ୍ରିୟ ରହିଛନ୍ତି। ସେହିପରି କରୋନା ଯୋଗୁଁ ଭୁବନେଶ୍ଵରରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Comment