ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଅଖିଳ ଭାରତ ବିଦ୍ୟା ପରିଷଦ ପକ୍ଷରୁ ଚୀନ୍‌କୁ ବିରୋଧ କରାଯାଇଛି। ଅଖିଳ ଭାରତ ବିଦ୍ୟା ପରିଷଦ ସଦସ୍ୟମାନଙ୍କ ସହ ଅସ୍ତରଙ୍ଗ ବ୍ୟବସାୟୀ ସଂଘ ମିଳିତରେ ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କାରିବା ସହ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ନାରା ଦେଇଛନ୍ତି।

ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଚୀନ୍‌ ପ୍ରସ୍ତୁତ ମୋବାଇଲ୍ ଆପ୍‌କୁ ବର୍ଜନ କରିବା ସାହ ଚୀନ୍‌ ପ୍ରସ୍ତୁତ ଏଲ୍‌ଇଡି ବଲ୍ବ ଓ ଲର୍ଚ ଲାଇଟକୁ ରାସ୍ତାରେ ଫିଙ୍ଗିଥିଲେ। ଏହାସହ ଯୁପୀଢ଼ିଙ୍କୁ ଚାଇନା ସାମଗ୍ରୀ ବୟକଟ୍‌ କରିବାକୁ କହିଥିଲେ।

ଚୀନ୍‌ ପ୍ରତିବର୍ଷ ଆମ ଦେଶରେ ୬୦ ପ୍ରତିଶତ ବ୍ୟବସାୟ କରିଥାଏ। ତେଣୁ ଚୀନ୍‌ ସାମଗ୍ରୀକୁ ବ୍ୟବହାର ନକରି ତା’ର ବିକଳ୍ପ ଜିନିଷକୁ ବ୍ୟବହାର କରିବାକୁ ଲୋକମାନଙ୍କୁ ବ୍ୟବସାୟୀ ସଂଘ ପକ୍ଷରୁ ନିବେଦନ କରାଯାଇଛି।

Comment