ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭୁବନେଶ୍ଵରରେ ସହରରେ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
୭ ଜଣଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ଵାରେଣ୍ଟାଇନ୍ ଓ ୩ ଜଣ ଲୋକାଲ କେସ୍। ସମସ୍ତ ୪ ଜଣ ହୋମ୍ କ୍ଵାରେଣ୍ଟିନ୍ ଆକ୍ରାନ୍ତ ରେଲଓ୍ଵେ କର୍ମଚାରୀ। ଲୋକାଲ କେସ୍ ମଧ୍ୟରୁ ୨ଟି ଡୁମଡୁମା ହାଉସିଂ ବୋର୍ଡ କଲୋନୀର, ସେହିପରି ଅନ୍ୟ ଜଣେ ଘରୋଇ ହସ୍ପିଟାଲର ୩୧ ବର୍ଷୀୟ ମହିଳା କର୍ମଚାରୀ।
ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଥିବା ବେଳେ ୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଆହୁରି ୭୮ ଜଣ ସକ୍ରିୟ ରହିଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି।


















