ଓଡ଼ିଶାଲାଇଭ୍ ବ୍ୟୁରୋ

Sushant Singh୧

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମଗ୍ର ବି-ଟାଉନକୁ ଚକିତ କରି ରଖିଦେଇଛି। ତାଙ୍କ ଆତ୍ମହତ୍ୟା ପଛର ଅସଲି କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର। ତେବେ ଏନେଇ ମୁମ୍ବାଇ ପୋଲିସ୍ ନିଜର ଛାନଭିନ୍ ଜାରି ରଖିଛି। ଧିରେ ଧିରେ ବାହାରୁଛି ସୁଶାନ୍ତଙ୍କ ଡିପ୍ରେସନର ଗୋଟିଏ ପରେ ଗୋଟିଏ କାରଣ।

ତେବେ ନିକଟରେ ସୁଶାନ୍ତଙ୍କ ଡାକ୍ତର କେସରୀ କ୍ଷେତ୍ରୀଙ୍କୁ ପଚରାଉଚରା ବେଳେ ସେ କହିଛନ୍ତି ଯେ ସୁଶାନ୍ତ ଅଙ୍କିତାଙ୍କ ସହ ତାଙ୍କ ବ୍ରେକ୍ଅପକୁ ନେଇ ବହୁତ ଉଦାସ ଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରାୟ ଏକ ବର୍ଷ ଧରି ସୁଶାନ୍ତ ଡିପ୍ରେସନରେ ଥିଲେ। ତାଙ୍କୁ ରାତିରେ ଠିକସେ ନିଦ ହେଉନଥିଲା। ବହୁତ ପ୍ରକାରର ଅଜୀବ ଚିନ୍ତାଧାରା ଆସୁଥିଲା। ଅଙ୍କିତାଙ୍କଠାରୁ ଅଲଗା ହେବା ପରେ ସୁଶାନ୍ତ ସିଂଙ୍କ ନାମ ସାରା ଅଲ୍ଲୀ ଖାନ୍, କ୍ରିତି ସାନୋନ୍, ରିୟା ଚକ୍ରବର୍ତ୍ତୀଙ୍କ ସହ ଯୋଡ଼ାଯାଇଥିଲେ ମଧ୍ୟ ରିଲେସନସିପରେ ସେ ଅସଫଳ ରହୁଥିଲେ। ତା ପରେ ସେ ଜାଣିପାରିଥିଲେ ଯେ ଅଙ୍କିତାଙ୍କ ପରି ତାଙ୍କୁ ଆଉ କେହି ଭଲ ପାଇପାରିବେ ନାହିଁ।

sushant ankita

ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ପ୍ରଥମ ଦେଖା ସିରିୟଲ୍ “ପବିତ୍ର ରିସ୍ତା” ସେଟରେ ହୋଇଥିଲା। କିଛି ଦିନ ପରେ ଉଭୟ ଭଲ ବନ୍ଧୁ ହେଲେ ଏବଂ ପରେ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ। ‘ମାନବ-ଅର୍ଚ୍ଚନା’ଙ୍କ ରିଲ୍ ଯୋଡ଼ିକୁ ରିଅଲରେ ମଧ୍ୟ ବହୁତ ପସନ୍ଦ କରିଥିଲେ ଦର୍ଶକ। ହେଲେ ଦୀର୍ଘ ଛଅ ବର୍ଷ ସାଙ୍ଗରେ ରହିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହି ଘଟଣାକୁ ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ଫ୍ୟାନ୍ସ। ଏହି ବିଷୟରେ ଉଭୟ କେହି ମୁହଁ ଖୋଲିନଥିଲେ।

sushant-ankita

କୁହାଯାଉଛି ଯେ ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସହ ମଧ୍ୟ ତାଙ୍କର ବହୁତ ଝଗଡ଼ା ହେଉଥିଲା। ସୁଶାନ୍ତ ସେହି ରିଲେସନରେ ଖୁସି ନଥିଲେ। ପୋଲିସଙ୍କ ପଚରାଉଚରା ସମୟରେ ରିୟା କହିଥିଲେ ଯେ ସେ ସୁଶାନ୍ତଙ୍କ ସହ ରିଲେସନରେ ଥିଲେ କିନ୍ତୁ ସୁଶାନ୍ତ ସବୁବେଳେ ଡିପ୍ରେସନରେ ରହୁଥିବାରୁ ସେ ତାଙ୍କ ସହ ରହିବା ଛାଡ଼ିଦେଇଥିଲେ। ସେପଟେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଅଙ୍କିତା ପୂରାପୂରି ଭାଙ୍ଗି ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here