ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଅନ୍ୟ ୭ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଆଜି ଖୋର୍ଦ୍ଧାରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଭୁବନେଶ୍ଵରର ଜଣେ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣକ ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି।
ଏହାସହ ସୁସ୍ଥ ହୋଇଥିବା ୭ ଜଣ ହେଲେ କ୍ରିଷ୍ଣା ବିହାରର ୪ ବର୍ଷର ବାଳକ, ନିୟୁ ଫରେଷ୍ଟ ପାର୍କ ଅଞ୍ଚଳର ୨୯ ବର୍ଷିୟ ଯୁବକ, ୟୁନିଟ-୫ର ୪୭ ବର୍ଷିୟ ବ୍ୟକ୍ତି, ଡୁମୁଡୁମା ଅଞ୍ଚଳର ୨୯ ବର୍ଷିୟ ଯୁବକ, ପାତ୍ରପଡ଼ା ଅଞ୍ଚଳର ୨ ଜଣ ମହିଳା ଓ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ।
ବର୍ତ୍ତମାନ ଭୁବନେଶ୍ଵରରେ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୩ ଜଣ ସୁସ୍ଥ ହୋଇଥିବା ବେଳେ ୮୮ ଜଣ ସକ୍ରିୟ ରହିଛନ୍ତି।

















